କାହା ପାଇଁ ଖେଳ ତ କାହା ପାଇଁ କାଳ ଭାରି ଯାନ କବ୍ଜା ରେ କାଳମାଟି ରାସ୍ତା !


ଲୋକଙ୍କ ପାଇଁ କାଳ ପାଲଟିଲାଣି କାଳିମାଟି ଅଞ୍ଚଳର ରାସ୍ତା, ଏହା ଦିନକୁ ଦିନ ମରଣଯନ୍ତାର ରୁପ ନେଲାଣି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ଠାରେ ଥିବା ପୂର୍ବତନ ଏସାର ଏବେକାର ଆର୍ଶେଲର ମିତ୍ତଲ ନିପନ୍ ଷ୍ଟିଲ କମ୍ପାନୀ ଖଣି ରୁ ମାତ୍ରାଧିକ ଖଣିଜ ପରିବହନ ହେତୁ ନୟାଗଡ଼ ରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ସତେ ଯେମିତି ଉକ୍ତ କମ୍ପାନି ନିଜ ଅକ୍ତିଆର କୁ ନେବା ସହ ଏହି ଅଞ୍ଚଳର ଲୋକମାନଙ୍କ ଜୀବନକୁ ପୋକମାଛି ଭାବୁଥିବା ପରି ମନେ ହେଉଛି ।

ପ୍ରାୟ ପ୍ରତିଦିନ ଏଠାରେ ପ୍ରବଳ ଯାମ୍ ରେ ଚାରି ଚକିଆ ଓ ୨ଚକିଆ ଯିବା ଆସିବା ବିପଦ ସଙ୍କୁଳ ହୋଇ ପଡ଼ିଛି, ଖାଲି ସେତିକି ନୁହଁ ଅନେକ ସମୟରେ ରୋଗୀ ଙ୍କୁ ନେଇକି ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥିବାର ଦେଖିବା ପାଇଁ ମିଳୁଚି। ତେବେ କୋଟି କୋଟି ଟଙ୍କାର ରାଜସ୍ଵ ଦେଇ ଆସୁଥିବା ଏହି ଖଣି ଅଞ୍ଚଳର ଜନଜୀବନ ଏବେ ଅସ୍ତବ୍ୟସ୍ତ , ଘରୁ ବାହାରିଲେ ଆଉ ଘରକୁ ଫେରିବାର ନିଶ୍ଚିତତା ନାହିଁ । ଏହା ବିଷୟରେ ବାରମ୍ବାର ଖଣି ଓ କାରଖାନା କର୍ତ୍ତୃପକ୍ଷଙ୍କୁ ଏପରିକି ପ୍ରଶାଶନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଫଳ ଯଥାପୂର୍ବଂ ତଥା ପରଂ ।

କମ୍ପାନୀ କିଛି ଅସାଧୁ ପ୍ରଶାଶନିକ ଅଧିକାରୀ ତଥା କିଛି ସ୍ଥାନୀୟ ଗୁଣ୍ଡାଙ୍କୁ ହାତ କରି ନିଜର ମନମାନୀ ଚଳାଉଛି । ଏପରି କି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାସ୍ତା ରେ ପାଣି ନ ପକାଇବାରୁ ଧୁଳି ଧୂଆଁ ଘର ଦ୍ବାର ପଶି ଯିବା ଫଳରେ ବିଭିନ୍ନ ସ୍ଵାସ୍ଥ୍ୟଜନୀତ ରୋଗରେ ପୀଡ଼ିତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଯଦି କମ୍ପାନୀ କର୍ତ୍ତୃପକ୍ଷ ଏହାର ଶିଘ୍ର ସମାଧାନ ର ବାଟ ନ ବାହାର କରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ