କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ରେଡ.

ଆନନ୍ଦପୁର ବୈତରଣୀ irrigation ଡିଭିଜନ ର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀ ଙ୍କ ଘର ସମେତ ଏକକାଳୀନ 8 ଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଛି. ଶାଳପଡା ସ୍ଥିତ ସରକାରୀ ବାସଭବନ ଠାରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତନାଘନା ଚଳାଇଛି।

ଏ ନେଇ ଆନନ୍ଦପୁର ଅଞ୍ଚଳ ରେ ହଇଚଇ ଖେଳିଯାଇଛି।କିଛିଦିନ ପୂର୍ବରୁ ବୈତରଣୀ ଡିଭିଜନ ର ସିସି ଭିଜିଲାନ୍ସ ହାତରେ ରେଡ଼ ହୋଇଥିବା ବେଳେ ପୁଣି ଆଜି ସହକାରୀ ଯନ୍ତ୍ରୀ ଙ୍କ ବାସ ଭବନରେ ଭିଜିଲାନ୍ସ ବିଭାଗ ର ତନାଘନା ଜାରି ରଖିଛି, ଉକ୍ତ ଡିଭିଜନ ର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ