ଖୋର୍ଦ୍ଧା: ବାଇଗଣ ଗଛ ରେ ଫଳିଛି ଟମାଟୋ
ବାଇଗଣ ଗଛ ରେ ଫଳିଛି ଟମାଟୋ କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ କଥା ଟି ସତ|ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ର ସୂର୍ଯ୍ୟନଗର ଅଞ୍ଚଳ ର ଜଣେ ଅବସରପ୍ରାପ୍ତ ପ୍ରିନ୍ସିପଲ୍ |ତାଙ୍କର ଅନ୍ୟତମ ଚିନ୍ତାଧାରା ଯୋଗୁ ଏହା ସଫଳ ହୋଇପାରିଛି | ପ୍ରାୟ ୯ ମାସ ଧରି ଅବିରତ ପ୍ରୟାସ ଜାରି ରଖିବା ପରେ ତାଙ୍କୁ ମିଳିଛି ସଫଳତା |
୮-୯ ପୁଟ ଉଚ୍ଚତା ଗଛ ର ବାଇଗଣ ଗଛ ରେ ଫଳିଛି ଟମାଟୋ ଓ ତିନି ପ୍ରକାର ର ବାଇଗଣ | ସେ ପ୍ରଥମେ ବୈଧେଶ୍ୱର୍ ଅଞ୍ଚଳ ରୁ ପ୍ରଥମେ ମଞ୍ଜି ଆଣିଥିଲେ କିନ୍ତୁ ତାଙ୍କୁ ସେଥିରେ ସଫଳତା ମିଳପାରିନଥିଲା | ଛୋଟ ଛୋଟ ବାଇଗଣ ଉତ୍ପାଦନ ହେଉଥିଲା | ପରେ ସେ କଲମୀକରଣ ମାଧ୍ୟମ ରେ ୯ ମାସ ରେ ଜୈବିକ ସାର ଦେଇ ଫଳ ଫଳାଇଛନ୍ତି ରାଜକିଶୋର ସାହୁ |
ବହି ରେ ପଢିଥିବା ଜିନିଷ କୁ ଫଳ ରେ ରୂପାୟନ କରିବା ର ଏହି ରୁଚି କୁ ସ୍ଥାନୀୟ ବାସିନ୍ଦା ମାନେ ସ୍ବାଗତ କରିଛନ୍ତି ଏବଂ ଏହାକୁ ଦେଖିବାକୁ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଛି |