ଗିଫ୍ଟ ପାଇଁ ୨ଟି ଦାମୀ ଗାଡି ନେଇ ରଜନୀକାନ୍ତଙ୍କ ଘରେ ପହଞ୍ଚିଲେ ପ୍ରଡ୍ୟୁସର
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରତିଟି ଫିଲ୍ମ ବକ୍ସ ଅଫିସରରେ ସୁପରହିଟ୍ ହୋଇଥାଏ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ବ୍ୟବସାୟର ନୂଆ ମାଇଲଷ୍ଟୋନ୍ ସୃଷ୍ଟି କରିଛି। ଏବେ ଏହାର ସଫଳତାକୁ ନେଇ ତାଙ୍କୁ ୧୦୦ କୋଟି ଟଙ୍କା ସହ ୧.୨୫ କୋଟିର ଏକ ବିଏମ୍ଡବ୍ଲୁ କାର୍ ଉପହାରରେ ଦେଇଛନ୍ତି। ସନ ଗ୍ରୁପ୍ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ କଳାନିଧି ମାରନ୍ ରଜନୀକାନ୍ତଙ୍କ ପାଇଁ ଏପରି ଉପହାର ଆଣିଥିଲେ, ଯାହାକୁ ଦେଖି ‘ଥାଲାଇଭା’ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଫିଲ୍ମର ପ୍ରଡକ୍ସନ୍ କମ୍ପାନୀ ‘ସନ୍ ଗ୍ରୁପ୍’ ମଧ୍ୟ ‘ଜେଲର’ର ବିପୁଳ ରୋଜଗାରରୁ କୋଟି କୋଟି ଲାଭ କରିଛି। ଏଥିରେ ସନ୍ତୁଷ୍ଟ ହୋଇ ଏହି କମ୍ପାନୀର ମାଲିକ କାଲାନିଧି ମାରାନ ନିଜେ ରଜନୀକାନ୍ତଙ୍କୁ ଏକ ମହଙ୍ଗା ଉପହାର ଦେବାକୁ ଆସିଥିଲେ। ତାଙ୍କ ଉପହାର ଦେବାର ଉପାୟ ଏତେ ଆକର୍ଷଣୀୟ ଥିଲା ଯେ ରଜନୀକାନ୍ତ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାରାନ ଦୁଇଟି ବିଳାସପୂର୍ଣ୍ଣ କାର ସହିତ ରଜନୀକାନ୍ତଙ୍କ ଘରେ ପହଞ୍ଚି ତାଙ୍କୁ ପସନ୍ଦ କରୁଥିବା ଗୋଟିଏ ବାଛିବାକୁ କହିଥିଲେ। ଏହି ଦୁଇଟି କାର ଥିଲା ୧.୨୪ କୋଟି BMW X7 ଏବଂ ୧.୯୫ କୋଟି BMW i ।
କଳାନିଧି ଭାରତର ଧନୀ ତାଲିକାର ୭୭ ନଂ ସ୍ଥାନରେ ଅଛନ୍ତି। ତାଙ୍କ ପାଖରେ ୨୪ ହଜାର କୋଟିର ସମ୍ପତ୍ତି ରହିଛି। ୧୯୯୩ରେ ସେ ସନ୍ ନେଟଓ୍ବାର୍କ ପ୍ରତିଷ୍ଠା କରିଥିଲେ। ଏବେ ଏହାର ୩୩ ଚ୍ୟାନେଲ ରହିଛି। ପ୍ରାୟ ୯.୫ କୋଟି ଦର୍ଶକ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ଦକ୍ଷିଣ ଭାରତରେ ତାଙ୍କୁ ଟେଲିଭିଜନ ରାଜା ବୋଲି ମଧ୍ୟ କୁହାଯାଏ। ଟେଲିଭିଜନ ବ୍ୟତିତ ତାଙ୍କର ଡିଟିଏଚ୍ ଏବଂ ଫିଲ୍ମ ପ୍ରଯୋଜନା ସଂସ୍ଥା ରହିଛି। ଏହି ସନ୍ ପିକ୍ଚର୍ସ ‘ଜେଲର୍’ର ପ୍ରଯୋଜକ ଥିଲା। ତେବେ ଫିଲ୍ମ ଭଲ କାରୋବାର କରିବାରୁ ଖୁସି ହୋଇ କଳାନିଧି ରଜନୀକାନ୍ତଙ୍କୁ ଉପହାର ଦେଇଛନ୍ତି।