ଘର ଉପରକୁ ମାଡ଼ିଗଲା ଲକ୍ଷ୍ମୀ ବସ lଅଳ୍ପକେ ବର୍ତିଲେ ପରିବାର ଲୋକେ
ଥୁଆମୂଳ ରାମପୁର,୦୬/୧୧-(ଦୁର୍ଗା କୀର୍ତ୍ତି):- ପୂର୍ବ ବିଜେଡି ସରକାରଙ୍କ ଶାସନ ସମୟରେ ଲୋକଙ୍କ ଗମନାଗମନର ସୁବିଧା ସୁଯୋଗ ଆଖିଆଗରେ ରଖି ଲକ୍ଷ୍ମୀ ବସ ଚଳାଚଳର ବ୍ଯବସ୍ଥା କରି ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ଲକ୍ଷ୍ମୀ ବସ କେବେ କେଉଁଠି ଅଟକି ଯାଉଥିବା ବେଳେ କେବେ କେଉଁଠି ଯାନ୍ତ୍ରିକ ସୃଷ୍ଟି ଦେଖା ଦେଉଛି ଯାହାଫଳରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି, ଏନେଇ କମ୍ପାନୀ ଦୃଷ୍ଟି ଦେଉଛି କି ନାହିଁ ତାହା କହି ହେବ ନାହିଁ, ଏପରିସ୍ଥଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ଦିନରୁ ଲକ୍ଷ୍ମୀ ବସର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏପରିକି କି କମ୍ପାନୀ ଅଧିନରେ କାର୍ଯ୍ଯରତ କର୍ମଚାରୀଙ୍କ ଦାୟିତ୍ୱ ହିନ କାମ ଯୋଗୁଁ ଲକ୍ଷ୍ମୀ ବସ କୁ ଠେଳିବା କାମ ଆରମ୍ଭ ହୋଇଗଲାଣି। ଏମିତି କି ବସ ସବୁ ରଖିବା ପାଇଁ କୌଣସି ବସ ଷ୍ଟାଣ୍ଡ ର ବ୍ୟବସ୍ଥା ନ ଥିବା ବେଳେ ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ହିଁ ଏହି ବସ ସବୁ ରହିବା ବ୍ଯବସ୍ଥା କରାଯାଇଛି। ବସ ର ଯାନ୍ତ୍ରିକ ତ୍ରୁଟି ଥିବା ସମୟରେ ଉକ୍ତ ବସ କମ୍ପାନୀ କର୍ମଚାରୀ ପ୍ରାୟ ସମୟ ବସ କୁ ଠେଲି ଷ୍ଟାର୍ଟ କରନ୍ତି l ଏଭଳି ସ୍ଥଳେ ବସ କୁ ଯେମିତି ଠେଲି ଦେଲେ ଯେ ସିଧା ବ୍ଳକ କାର୍ଯ୍ଯାଳୟ ଠାରୁ ବ୍ଳକ ସୁରକ୍ଷା ପାଚେରୀ ଭାଙ୍ଗି ଯାଇ ସିଧାସଳଖ ଏକ ଜନ ବସତି ପଡାର ଘରରେ ଧକ୍କା ଦେଇଥିଲା ଫଳରେ ଘରର ଲୋକେ ଅଳ୍ପ କେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ଜଗନ୍ନାଥ କଲୋନୀ (ଶାନ୍ତି ନଗର ପଡ଼ା) ନିକଟରେ, ସୂଚନା କ୍ରମେ ବୁଧବାର ସକାଳ ସମୟ ପ୍ରାୟ ୫ଟା ୩୦ ସମୟରେ ଲକ୍ଷ୍ମୀ ବସ ବ୍ଲକ କାର୍ଯ୍ୟାଳୟ ପରିସରରୁ ନାକରୁଣ୍ଡି ଅଭିମୁଖେ ଯିବା ପାଇଁ ବାହାରିଥିବା ବେଳେ ବସ ଷ୍ଟାର୍ଟ ନ ହେବାରୁ ତାକୁ କିଛି କର୍ମଚାରୀ ଠେଲି କି ଷ୍ଟାର୍ଟ କରୁଥିଲେ ଏତିକି ସମୟରେ ବ୍ଲକ ପାଖ ଗଡାଣିଆ ରାସ୍ତା ପାଖ ଶାନ୍ତି ନଗର ପଡ଼ାକୁ ଲାଗି ରହିଥିବା ବ୍ଲକ କାର୍ଯ୍ୟାଳୟ ପାଚେରୀକୁ ଭାଙ୍ଗି ଭାରସାମ୍ୟ ହରାଇ ବସ ଧକ୍କା ଦେଲା ଫଳରେ ପାଚେରୀ ଭାଙ୍ଗି ଯିବାରୁ ବସ ଟି ସିଧାସଳଖ ସୁରେନ୍ଦ୍ର ନାଏକଙ୍କ ଘରକୁ ଧକ୍କା ଦେଲା ଯେ ଫଳରେ ଘରର କିଛି କାନ୍ଥ ଏବଂ ନିର୍ମାଣ ଧିନ ପାଇଖାନା ସହ ବାହାରେ ଥିବା ଅନେକ ସାମଗ୍ରୀ ନଷ୍ଟଭ୍ରଷ୍ଟ ହୋଇଥିବା ବେଳେ ଘରେ ଶୋଇଥିବା ମାଲିକ ସୁରେନ୍ଦ୍ର ନାଏକ ଏବଂ ତାଙ୍କ ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲେ l ଠିକ୍ ସେଭଳି ସୁରେନ୍ଦ୍ର ନାଏକ ଘର ପାଖ ଆଉ ଜଣେ ପରିବାର ଯାହାକି ତ୍ରିନାଥ ନାଏକଙ୍କ ପାଇଖାନା ମଧ୍ୟ ବସ ଧକ୍କାରେ କାନ୍ଥ ସବୁ ଫାଟି ଆଁ କରିଛି l ଦୁର୍ଘଟଣା ଘଟାଇ ଥିବା ଓଡି୦୮ଭି୩୩୮୯ ନମ୍ବର ବିଶିଷ୍ଟ ଲକ୍ଷ୍ମୀ ବସ ର ଆଗ ପଟ ଲାଇଟ୍, ପ୍ଲାଷ୍ଟିକ ଫାଇବର, କାଚ ସବୁ ଭାଙ୍ଗି ଥିବା ବେଳେ ଡ୍ରାଇଭରଙ୍କ କୌଣସି ଅସୁବିଧା ହେଲା ନାହିଁ l ଏଠାରେ ପ୍ରକାଶ ଯୋଗ୍ୟ ଯେ, ଲକ୍ଷ୍ମୀ ବସ କମ୍ପାନୀର କର୍ମଚାରୀଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଜି ଜଣେ ପରିବାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଲୋକଙ୍କ ଜୀବନ ସହ ଲକ୍ଷ୍ମୀ ବସ୍ ସୁପର ଭାଇଜର ମାନେ କାହିଁକି ଖେଳୁଛନ୍ତି, ଏମାନଙ୍କ ଅବହେଳାରୁ ଭଗବାନଙ୍କ ଦୟାରୁ ଆଜି ଅଳ୍ପକେ ବଞ୍ଚିଗଲେ ଏକ ପରିବାର, କର୍ମଚାରୀ ମାନଙ୍କ ଦାୟିତ୍ୱ ହିନ ଓ ରକ୍ଷଣାବେକ୍ଷଣ ଘୋର ଅଭାବରୁ ଠେଲା ଗାଡ଼ି ପାଲଟିଛି ଏହି ଲକ୍ଷ୍ମୀ ବସ୍, ଠିକ୍ ସମୟରେ ବସ୍ ର କିଛି ଯାନ୍ତ୍ରିକ ତ୍ରୁଟି ଥିଲେ ମରାମତି କରିବାରେ ଅବହେଳା କାହିଁକି କରୁଛି ଠିକା ସଂସ୍ଥା ବୋଲି ଅଞ୍ଚଳର ଜନସାଧାରଣ ତଥା କିଛି ସମାଜ ସେବୀଙ୍କ ସମେତ କ୍ଷୟକ୍ଷତି ହୋଇଥିବା ପରିବାର ଲୋକେ ସିଧା ଅଭିଯୋଗ ଆଣିଛନ୍ତି l ତେବେ କ୍ଷୟକ୍ଷତି ହୋଇଥିବା ପରିବାର ପକ୍ଷଙ୍କୁ ବସ ଠିକା ସଂସ୍ଥା ପକ୍ଷରୁ କ୍ଷୟକ୍ଷତି ର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଇ ବୋଲି ସାଧାରଣରେ ଦାବୀ ହେଉଛି l