ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ।
ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି।ବଗଲାକୋଟ ପୋଲିସ କହିଛି ଯେ ଅଭିଯୋଗରେ ସେ ସାର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ବ୍ୟକ୍ତିଙ୍କ କାର୍ଟୁନକୁ ସେୟାର କରିଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଚା ଢାଳୁଛନ୍ତି । ଚିତ୍ର ସେୟାର କରିବାବେଳେ ଲେଖାଥିଲା ଯେ ଚନ୍ଦ୍ରାୟନର ପ୍ରଥମ ଦୃଶ୍ୟ । ଏହା ପରଠୁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ପ୍ରକାଶ ରାଜ । ଲୋକେ କହିଥିଲେ ଯେ ଚନ୍ଦ୍ରଯାନ-୩ ମିଶନ ଦେଶର ଗର୍ବ ସହିତ ଜଡିତ ।
ଏହାକୁ ପରିହାସ କରାଯିବା ଉଚିତ ନୁହେଁ ।ସେ ଲେଖିଛନ୍ତି, ଘୃଣା କେବଳ ଘୃଣା ଦେଖେ … ମୁଁ ଆର୍ମଷ୍ଟ୍ରଙ୍ଗଙ୍କ ସମୟରୁ ଆମର କେରଳ ଚା’ୱାଲା ପାଳନ କରୁଥିବା ଏକ ଥଟ୍ଟା ବିଷୟରେ କହୁଥିଲି – ଟ୍ରୋଲର କେଉଁ ଚା’ୱାଲା ଦେଖିଥିଲେ? ଯଦି ଆପଣ ଥଟ୍ଟା ବୁଝିପାରିଲେ ନାହିଁ ତେବେ ଥଟ୍ଟା ଆପଣଙ୍କ ପାଇଁ ହୋଇଛି।କର୍ନାଟକର ବାଗାଲକୋଟ ଜିଲାର ଏକ ପୋଲିସ ଷ୍ଟେଶନରେ ହିନ୍ଦୁ ସଂଗଠନର ନେତାମାନେ ପ୍ରକାଶ ରାଜଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।