ଚଳିତବର୍ଷ ସବୁ ରେକର୍ଡ ଭାଙ୍ଗିବ ଗ୍ରୀଷ୍ମ ପ୍ରବାହ। ସେଥି ପାଇଁ ସତର୍କ ସୂଚନା
ଏବେ ଗ୍ରୀଷ୍ମ କୁ ନେଇ ଆଗୁଆ ସତର୍କତା ଜାରିକରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଚଳିତବର୍ଷ ଗ୍ରୀଷ୍ମ ଅତୀତର ସବୁ ରେକର୍ଡ ଭାଙ୍ଗିବ ବୋଲି ଚେତାବନୀ ଜାରି କରିଛନ୍ତି। ମାର୍ଚ୍ଚ ସରି ନଥିବା ବେଳେ ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ୩୫.୫ ଡିଗ୍ରି ସେଲସିୟସକୁ ପହଞ୍ଚିଛି। କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତରେ ଏବେ ଗ୍ରୀଷ୍ମ ଅନୁଭୂତ ହେଉଥିବା ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି।
ମାର୍ଚ୍ଚ ୨୯ ଓ ୩୦ ତାରିଖ ବେଳକୁ ଉତ୍ତର ଭାରତର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରିକୁ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରିଛନ୍ତି। ତେବେ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପାଗରେ ସେପରି କୌଣସି ପରିବର୍ତ୍ତନ ଆଶଙ୍କା କରାଯାଉନଥିବା ବେଳେ ୨୭ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧିର ଆକଳନ କରାଯାଉଛି।ମାର୍ଚ୍ଚ ୨୭ ତାରିଖ ପରେ ତାପମାତ୍ରା ୩୭ ରୁ ୩୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଥିବା ବେଳେ ପରେ କ୍ରମଶଃ ବଢିବାରେ ଲାଗିବ।
ଏଥର ଏପ୍ରିଲ ପ୍ରଥମ ସପ୍ତାହ ବେଳକୁ ଦେଶର ଅଧିକାଂଶ ସହରାଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଥିରେ ଯେଉଁ ସବୁ ସ୍ଥାନରେ ବସନ୍ତ ଋତୁ ମଧ୍ୟକାଳରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥିଲା ସେ ସବୁ କ୍ଷେତ୍ରରେ ମଧ୍ୟ ତାପମାତ୍ରା ଅଧିକ ବଢିପାରେ ବୋଲି ଆକଳନ କରାଯାଉଛି।