ଜାତୀୟ ପୁରସ୍କାର ଜିତିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’
୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ପ୍ରତୀକ୍ଷା’କୁ ଏହି ସମ୍ମାନ ମିଳିଛି। ଗତବର୍ଷ ଡିସେମ୍ବର ମାସରେ ଦମନ ସହିତ ଫି୍ଲ୍ମ ପ୍ରତୀକ୍ଷା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ସେତେବେଳେ ଏହି ଦମନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲେ ବି ପ୍ରତୀକ୍ଷା ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଟି ଥିଲା। ଏମିତି ହିନ୍ଦୀରେ ଏହି ଫିଲ୍ମକୁ କରିବାକୁ ଅନୁପମ ଖେର୍ ଆଗେଇ ଆସିଥିଲେ।
ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ପୁରସ୍କାର ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଇତିହାସର ପୁନରାବୃତ୍ତି ହୋଇଛି । ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା ମୋର ପ୍ରଥମ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି ।