‘ଝୁଲରେ ନିତାଇ ଝୁଲ’ ଏହି ଗୀତର ରଚନା କିଏ କେବେ କରିଥିଲେ ତାହା ଆଜି ଜାଣନ୍ତୁ।

‘ଝୁଲରେ ନିତାଇ ଝୁଲ’ ଗୀତଟି ଏବେ ସାରା ଓଡ଼ିଶାରେ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଛି ! ତେବେ ଗୀତଟିକୁ ଗାଉଥିବା ଗାୟକଙ୍କ ପ୍ରଶଂସା ତ ସମସ୍ତେ କରୁଛନ୍ତି; କିନ୍ତୁ ଏହି ଗୀତର ରଚନା କିଏ କେବେ କରିଥିଲେ ତାହା ସେ ଗାୟକ ବି ହୁଏତ ଜାଣି ନ ଥିବେ । ତାଙ୍କୁ ତ ଖୋଜି କେହି ଟିକେ ହେଲେ ପ୍ରଶଂସା କରନ୍ତୁ ;

କାରଣ ସେ ଗୀତଟିକୁ ଲେଖି ନ ଥିଲେ ଆଜି କେହି ତାହାକୁ ଗାନ କରି ପ୍ରଶଂସା ସାଉଁଟି ପାରି ନ ଥାନ୍ତେ କି ଆମେ ଶ୍ରବଣ କରି ଆନନ୍ଦ ନେଇ ପାରି ନ ଥାନ୍ତେ ! ୨୦୦୨ ମସିହାରେ ସେହି ଲୋକପ୍ରିୟ ଗୀତଟିର ରଚନା କରିଥିଲେ ଯାଜପୁର ଜିଲ୍ଲା ପାଇକସାହିରେ ଥିବା ଗୌରଗୋପାଳ ମଠର ମହନ୍ତ ନରୋତ୍ତମ ମହାରାଜ !

ଓଡ଼ିଶାର ସଙ୍ଗୀତ ଜଗତକୁ ତାଙ୍କର ଏହି ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ଆଜି ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି !