ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଳିତ।
ବ୍ରହ୍ମପୁର ମହାନଗର ବାଲୁଙ୍କେଶ୍ଵର ମନ୍ଦିର ରୋଡ ନିକଟ ଶ୍ରୀ ଶ୍ରୀ କାଶିବିଶ୍ବନାଥ ମହାଦେବଙ୍କ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ସମସ୍ତ ବିଧି ଓ ପାରମ୍ପରିକ ରିତିନୀତି ଅନୁଯାୟି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ସଂଧ୍ୟାରେ ମଙ୍ଗଳାକୃତ ପରେ ବିରାଟ ପଟୁଆରରେ ମହାଦେବଙ୍କ ବିବାହ ଡ଼ାକରା ପାଇଁ ବହୁ ଭକ୍ତଙ୍କ ଗହଣରେ ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଡାକରା ଅନୁଷ୍ଠିତ ହେବା ସହ ବାଟବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କନ୍ଯା ପିତା ଅନିଲ ଚୌଧୁରୀ ଓ ମାତା ବେବିଲତା ଚୌଧୁରୀ,ଦେବପିତା ରବିନ୍ଦ୍ର ସାହୁ ଓ ପିଙ୍କି ରାଣୀ ଏବଂ ପୁରୋହିତ ସୁରେନ୍ଦ୍ର ରଥ,ବାବୁଲା ଷଡଙ୍ଗୀ,ବାବୁଲା ପାଣିଗ୍ରାହୀ,ଗୋବିନ୍ଦ ଦାଶ,ଦିପୁନ ପାଣିଗ୍ରାହୀ,କୃଷ୍ଣ ପାଣିଗ୍ରାହୀଙ୍କ ସମେତ ବହୁ ବ୍ରାହ୍ମଣ ଦେବତା ମନ୍ତ୍ର ଉଚ୍ଚାରଣ ପୂର୍ବକ ଯାତାରିତି ଅନୁଯାୟି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଳିତ ହୋଇଥିଲା।
ମନ୍ଦିରର ମୁଖ୍ଯ ପୂଜାରୀ କ୍ରିଷ୍ଣାଙ୍କ ସମେତ ମହାନଗର ବିଜେଡ଼ି ଯୁବ ସଭାପତି ଅଜିତ କୁମାର ପଣ୍ଡା,ଯୁବ ଆଇନଜୀବୀ ଅସିତ କୁମାର ସାବତ,ଦିଲିପ ଷଡଙ୍ଗୀ, ରମେଶ ବେହେରା,ରାଜେନ୍ଦ୍ର ପଣ୍ଡିତ, ରଞ୍ଜନ ସାହୁ, ସୁଦର୍ଶନ ପାଣିଗ୍ରାହୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ସହଯୋଗ ଓ ସହାୟତାରେ କାର୍ଯ୍ୟକ୍ରମ ସୂଚାର ରୂପେ ଅନୁଷ୍ଠିତ ହୋଇ ଶହ ଶହ ଶ୍ରଦ୍ଧାଳୁ ଅନ୍ନପ୍ରସାଦ ଗ୍ରହଣ କରିଥିଲେ।ଆଧ୍ଯାତ୍ମିକ ଓ ଭକ୍ତିଭାବ ପୂର୍ଣ୍ଣ ପରିବେଶ ମଧ୍ଯ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।