ପଳସା ‘ଖ’ ଗ୍ରାମରେ ଅଖଣ୍ଡ ଚବିଶ ପ୍ରହର ନାମ ଯଜ୍ଞ |
ବୈଶାଖର ଆଗମନ ସହିତ ଭଗବାନ ଶ୍ରୀକୃଷ୍ଣ ଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଧୋନୀ ରେ ପ୍ରକମ୍ପିତ |କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପଳସା ପଞ୍ଚାୟତ ର ପଳସା ଗ୍ରାମ ରେ ଦେଖିବାକୁ ମିଳିଛି ଏହାର କିଛି ଝଲକ୍ ପଳସା ଗାଁ ସତେ ଯେମିତି ରାମ ମୟ ହୋଇ ଉଠିଛି | ତାଙ୍କ ଗ୍ରାମ ରେ ଥିବା ପୋଖରୀ ରେ ବୁଡ ପକାଇ ୧୧ଟି କଳସ ଶୋଭା ଯାତ୍ରା ରେ ଆସି କଳସ ସ୍ଥାପନା ପରେ ଆରମ୍ଭ ହୋଇଥିଲା ଯଜ୍ଞପୂଜା କାର୍ଯ୍ୟ,ପଲ୍ଲି ରୁ ସହର ପର୍ଯ୍ୟନ୍ତ ସବୁଠି ଭଗବାନ ଶ୍ରୀକୃଷ୍ଣ ବିରାଜମାନ କରିଛନ୍ତି ଏହା ସହିତ ନାମ ର ତାଳେ ତାଳେ ପୁରୁଷ କୀର୍ତ୍ତନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ବେଳେ ଆଜି ଦୁଇ ଦିନ ହେଲା ଜିଲା ତଥା ଜିଲ୍ଲା ବାହାରୁ ଓ ପଡୋଶି ରାଜ୍ୟ ଝାଡଖଣ୍ଡ ରୁ ମଧ୍ୟ ଶହ ଶହ ରାମ ପ୍ରେମୀଙ୍କ ଭିଡ ଯମି ରହିଛି ପଳସା ଗ୍ରାମରେ | ୧୧ ତମ ଚବିଶ ପ୍ରହର ନାମଯଜ୍ଞ ଗତ ତା ୨୦/୦୫/୨୨ ରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ତା ୨୩/୦୫/୨୦୨୨ ରିଖ ଦିନ ଶେଷ ହେବ, ଏଥିପ୍ରତି ଗ୍ରାମବାସୀ ଖୁସି ପ୍ରକଟ କରିଛନ୍ତି |

ପଳସା ଗ୍ରାମରେ ପ୍ରଶାଶନିକ ଅଧିକାରିଙ୍କ ଠାରୁ ରାଜନେତାମାନଙ୍କ ଉପସ୍ଥିତି ଦେଖିବା ପାଇଁ ମିଳିଥିଲା ୨୦ ତାରିଖ ଠାରୁ ଆରମ୍ଭ ହୋଇ ୨୩ ତାରିଖ ଚନ୍ଦନ ପୁର୍ନିମା ରେ ପୁର୍ନାହୁତି ସହିତ ବ୍ଯଠକ ପାଲା ସେଶ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି, ଗ୍ରାମରେ ମଦ ଓ ଆମିଷ ନିସେଦ୍ଧ କରାଯାଇଛି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ନାମ ଯଜ୍ଞ କମିଟି ତରଫରୁ ଗଜେନ୍ଦ୍ର ବାରିକ, ବିଦ୍ୟାଧର ବାରିକ, ମହେନ୍ଦ୍ର ବାରିକ, କମଳ ଲୋଚନ ବାରିକ, ନାରାୟଣ ବାରିକ, ଲକି ବାରିକ, ସୁଶାନ୍ତ ବାରିକ, ପଣ୍ଡା ବାରିକ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି |
ଏହି ଚବିଶ ପ୍ରହରୀ ନାମ ଯଜ୍ଞ ରେ ସର୍ବମୋଟ ୬ଟି ପୁରୁଷ କୀର୍ତ୍ତନ ଦଳ ଯଥା :- ନେଦାଭାଡି ମୟୁରଭଞ୍ଜ, ଖଡ଼ି ପାହାଡି ମୟୁରଭଞ୍ଜ,ଖାନୁଆ ମୟୁରଭଞ୍ଜ,ଗିରସ ଚନ୍ଦ୍ର ପୁର ମୟୁରଭଞ୍ଜ,ଡିପାସାହି କେନ୍ଦୁଝର ଏବଂ ସୁଲିଆ ଦେବଗଡ଼
ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି ! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ