ବଲିଉଡର ଗାୟକ ଅରମାନ ମଲିକ ଗର୍ଲଫ୍ରେଣ୍ଡ୍ ଆଶନାଙ୍କ ସହ ନିର୍ବନ୍ଧ କଲେ
ବଲିଉଡର ଗାୟକ ଅରମାନ ମଲିକ ତାଙ୍କ ସ୍ୱର ଏବଂ ଗୀତ ପାଇଁ ଶହ ଶହ ଝିଅ ଦିୱାନୀ। ନିଜ ସ୍ବର ସହିତ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି। ଏହି ସମୟରେ ଅରମାନ ମଲିକ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ଫ୍ୟାଶନ ଇନ୍ଫ୍ଲଏନ୍ସର ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି। ୨୮ ବର୍ଷିୟ ଅରମାନ ମଲିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ଡ୍ରିମି ଅନ୍ଦାଜ୍ରେ ନିର୍ବନ୍ଧ କରିଛନ୍ତି।
ଏହାର ଫଟୋ ଅରମାନ ନିଜେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ଆମର ଏହି ସବୁଦିନ ପାଇଁ ମିଳିତତା ବର୍ତ୍ତମାନ ଆରମ୍ଭ ହୋଇଛି।ଅରମାନଙ୍କ ନିର୍ବନ୍ଧର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଗାୟକ ଅରମାନ ତାଙ୍କ ଗର୍ଲଫ୍ରେଣ୍ଡକୁ ରିଙ୍ଗ୍ ପିନ୍ଧାଇ ବିବାହ ପ୍ରସ୍ତାବ ଦେଉଥିବାର ନଜର ଆସିଛନ୍ତି।ଫଟୋ ଗୁଡ଼ିକରେ ଆଶନା ସଟ୍ ଫ୍ରକ୍ ପିନ୍ଧିଥିବା ବେଳେ ଅରମାନ କାଜୁଆଲ୍ ଲୁକ୍ରେ ନଜର ଆସିଛନ୍ତି । ଏହି ରୋମାଣ୍ଟିକ ଫଟୋ ଦେଖି ଅରମାନଙ୍କ ସମସ୍ତ ବନ୍ଧୁ ଏବଂ ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।