ବିଜେପି ପଇସା ଦେଇ ଭୋଟ୍ କିଣିଛି: କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ
ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ମାଟି ପୁଅକୁ ଚିହ୍ନିଲେନି । ଭୋଟରମାନେ ଟଙ୍କାରେ କିଣି ହୋଇଗଲେ,କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ।ଆବ୍ରାହମ ଲିଙ୍ନ ୯ ଥର ହାରିଥିଲେ । ମୁଁ ୬ ଥର ହାରିଛି । ଆହୁରି ୩ ଥର ନିର୍ବାଚନ ଲଢିବି ।ଆଜି ନୂଆପଡା ଉପନିର୍ବାଚନ ଭୋଟର ଗଣତି ଚାଲିଛି ଗଣତି ସାରିବା ପରେ ଫଳାଫଳ ପ୍ରକାଶ ପାଇବ । ୨୬ ରାଉଣ୍ଡ ଯାଏ ଭୋଟ ଗଣତି ହେବ । ଏଯାଏ ୧୩ ରାଉଣ୍ଡ ସରିଛି । ୧୩ ରାଉଣ୍ଡ ରେ ବିଜେପି ୪୩,୨୩୪ ଭୋଟରେ ଆଗୁଆ ଅଛି । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୩,୫୫୨ ଭୋଟ ମିଳିଛି ।ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୨୦,୧୦୩ ଭୋଟ ମିଳିଛି ।