ବିହାର ବିଜୟ ପରେ ଗାମୁଛା ଉଡ଼ାଇଲେ ମୋଦୀ, ନୂଆପଡ଼ାବାସୀଙ୍କୁ ଜଣାଇଲେ କୃତଜ୍ଞତା

ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ଉଡ଼ାଇ ଉତ୍ସବ ମନାଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟରେ ମୋଦୀ ପହଞ୍ଚିବା ପରେ ଏକ ଧଳା ଗାମୁଛାକୁ ବାମ ହାତରେ ଧରି ଉଡ଼ାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ମାଖନା ମାଳ ପିନ୍ଧାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏହାସହ ସେ କହିଥିଲେ ଯେ ଓଡ଼ିଶାର ନୂଆପଡ଼ାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି। ନବନିର୍ବାଚିତ ବିଧାୟକ ଦେବଯାନୀ ରାଣା ଏବଂ ଜୟ ଢୋଲକିଆଙ୍କୁ ଅଭିନନ୍ଦନ। ମୁଁ ସେମାନଙ୍କୁ ସେମାନଙ୍କର ଜନସେବାରେ ସର୍ବୋତ୍ତମ କାମନା କରୁଛି। ଏହି ବିଜୟ ସୁନିଶ୍ଚିତ କରିବା ପାଇଁ ଦିନରାତି ପରିଶ୍ରମ କରିଥିବା ଭାଜପା କର୍ମୀମାନଙ୍କୁ ଅଭିନନ୍ଦନ।