ବେକାରୀରେ ଓଡ଼ିଶା କେତେ ନମ୍ୱର୍ । ଏକ ରିପୋର୍ଟ ଏହା ଜଣାଯାଇଛି।

ରାଜସ୍ଥାନ ଏବେ ରୋଜଗାର କ୍ଷୋତ୍ରରେ ପଛେଇ ଯାଇଛି। ବେକାରୀ ହାରରେ ଦେଶର ୧ ନମ୍ବର ରାଜ୍ୟର ମାନ୍ୟତା ହାସଲ କରିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ରାଜ୍ୟର ବେକାରୀ ହାର ଦେଶର ସର୍ବାଧିକ ୩୨.୩ ପ୍ରତିଶତକୁ ପହଞ୍ଚିଯାଇଛି।ସେହି ଅନୁସାରେ ଦେଶର ବେକାରୀ ହାର ମଧ୍ୟ ଇତିମଧ୍ୟରେ ୮ ପ୍ରତିଶତକୁ ପହଞ୍ଚିବା ଚିନ୍ତାର କାରଣ ପାଲଟିଛି। ରାଜସ୍ଥାନରେ ଗତ ୨୦୧୬ ମସିହାରୁ ଏଠାରେ ନିଯୁକ୍ତିପ୍ରତି ଗୁରୁତ୍ୱ ଦିଆନଯିବା ରାଜ୍ୟରେ ବେକାରୀ ବୃଦ୍ଧିର କାରଣ ପାଲଟିଥିଲା। ଯାହା କରୋନା କାଳରେ ବହୁଗୁଣିତ ହୋଇଯାଇଛି। ୨୦୧୬ରେ ମାତ୍ର ୩.୮ ପ୍ରତିଶତ ଥିବା ବେକାରୀ ହାର ୨୦୨୨ ବେଳକୁ ୩୨.୩ ପ୍ରତିଶତକୁ ପହଞ୍ଚି ଯାଇଛି।

ରାଜସ୍ଥାନ ପଛକୁ ଶାସିତ ହରିୟାଣା ଦେଶର ବେକାରୀ ହାରରେ ଦ୍ୱିତୀୟ ସ୍ଥାନରେ ରହିଛି। ହରିୟାଣାର ବେକାରୀ ହାର ୩୧ ପ୍ରତିଶତକୁ ପହଞ୍ଚିଥିବା ବେଳେ ଝାଡଖଣ୍ଡରେ ୧୫ ପ୍ରତିଶତ ଓ ବିହାର ୧୪ ପ୍ରତିଶତକୁ ପହଞ୍ଚିଥିବା ବେଲେ ଜମ୍ମୁ-କାଶ୍ମୀର ୧୩.୨ ପ୍ରତିଶତ ଲୋକେ ବେକାର ବସିଛନ୍ତି।

ଓଡ଼ିଶାରେ ବେକାରୀ ଏବେ ମାତ୍ର ୧ ପ୍ରତିଶତ ଦର୍ଶାଯାଉଛି। ପଛକୁ ମେଘାଲୟରେ ୧.୪ ପ୍ରତିଶତ, ଛତିଶଗଡରେ ୧.୭ ପ୍ରତିଶତ କର୍ଣ୍ଣାଟକରେ ୨ ପ୍ରତିଶତ ଓ ଗୁଜରାଟରେ ୨.୫ ପ୍ରତିଶତ ଲୋକେ ବେକାର ଅଛନ୍ତି ।