ରାହୁଲ ତାଙ୍କ ତୃତୀୟ ସ୍ତ୍ରୀ ତଥା କାଜାଖସ୍ତାନର ମଡେଲ ନାତାଲ୍ୟା ଇଲିନା ଛାଡପତ୍ର ଦେଇଛନ୍ତି। 

ରାହୁଲ ମହାଜନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କୁହାଯାଉଥିଲା ରାହୁଲ ଏବଂ ତାଙ୍କର ତୃତୀୟ ପତ୍ନୀ ନାତାଲିଆଙ୍କର ଛାଡପତ୍ର ହୋଇଛି। ତେବେ ରାହୁଲ ଏହି ଗୁଜବ ଉପରେ କିଛି କହି ନାହାଁନ୍ତି। ଏବେ ସେ ଶେଷରେ ତୃତୀୟ ପତ୍ନୀ ନାତାଲିଆଙ୍କ ଛାଡପତ୍ର ଖବରକୁ ନେଇ ପ୍ରତିକ୍ରିୟା ପ୍ରକାଶ ଦେଇଛନ୍ତି।ସେ ଏହି ପରିସ୍ଥିତିକୁ ଭୂକମ୍ପ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଭୂକମ୍ପର ଶବ୍ଦ ତାଙ୍କ ଜୀବନରେ ଏବେ ବି ରହିଛି। ମୁଁ ଏବେ ଆଦୌ ଠିକ୍‌ ନାହିଁ। ଏବେ ଆଗକୁ ବଢିବା ବ୍ୟତୀତ ବିକଳ୍ପ ନାହିଁ।ଉଭୟ ଚାରି ବର୍ଷ ପର୍ଯ୍ୟନ୍ତ ଏକ ଦାମ୍ପତ୍ୟ ଜୀବନ ବିତାଇବା ପରେ ଗତ ବର୍ଷ ଛାଡପତ୍ର ପାଇଁ ଆବେଦନ କରିଥିଲେ। 

ଜାନୁଆରୀରେ ତାଙ୍କର ଛାଡପତ୍ର ହୋଇଥିଲା। ଦୁହିଁଙ୍କ ମଧ୍ୟରେ କ’ଣ ଭୁଲ୍ ହୋଇଛି ସେ ବିଷୟରେ କଥାବାର୍ତ୍ତା ନକରିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ସେ ଏହା ବିଷୟରେ କୁହନ୍ତି, ତେବେ ଏହା ଏକପାଖିଆ କାହାଣୀ ହେବ ଏବଂ ତାଙ୍କର ପୂର୍ବତନ ପତ୍ନୀ ନତାଲିଆଙ୍କ ପ୍ରତି ତାଙ୍କର ଘୃଣା ନାହିଁ। ସେ କହିଛନ୍ତି ଯେ ତାଙ୍କ ପ୍ରତି ଏବେବି ପ୍ରେମ ଏବଂ ସମ୍ମାନ ରହିଛି।