ଶ୍ରୀ କୃଷ୍ଣ ପଲ୍ଲୀ କଟୁପାଲୀ ଗ୍ରାମରେ ଅଖଣ୍ଡ ଚବିଶ ପ୍ରହର ନାମ ଯଜ୍ଞ |
ଏହି ଧର୍ମ ମାସ ବୈଶାଖର ଆଗମନ ସହିତ ଭଗବାନ ଶ୍ରୀକୃଷ୍ଣ ଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଧୋନୀ ରେ ପ୍ରକମ୍ପିତ |
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନୟାଗଡ ପଞ୍ଚାୟତ କଟୁପାଲୀ ଗ୍ରାମରେ ଦେଖିବାକୁ ମିଳିଛି ଏହାର କିଛି ଝଲକ୍ କଟୁପାଲୀ ଗାଁ ସତେ ଯେମିତି ରାମ ମୟ ହୋଇ ଉଠିଛି |

ବୈତରଣୀ ନଦୀରୁ ବୁଡ ପକାଇ ୧୧ଟି କଳସ ଶୋଭା ଯାତ୍ରା ରେ ଆସି କଳସ ସ୍ଥାପନା ପରେ ଆରମ୍ଭ ହୋଇଥିଲା ଯଜ୍ଞପୂଜା କାର୍ଯ୍ୟ,ପଲ୍ଲି ରୁ ସହର ପର୍ଯ୍ୟନ୍ତ ସବୁଠି ଭଗବାନ ଶ୍ରୀକୃଷ୍ଣ ବିରାଜମାନ କରିଛନ୍ତି ଏହା ସହିତ ନାମ ର ତାଳେ ତାଳେ ପୁରୁଷ କୀର୍ତ୍ତନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ବେଳେ ୪ ଦିନ ପର୍ଯନ୍ତ ଜିଲା ତଥା ଜିଲ୍ଲା ବାହାରୁ ଓ ପଡୋଶି ରାଜ୍ୟ ଝାଡଖଣ୍ଡ ରୁ ମଧ୍ୟ ଶହ ଶହ ରାମ ପ୍ରେମୀଙ୍କ ଭିଡ ଯମିଥିଲା କଟୁପାଲୀ ଗ୍ରାମରେ |
୧୧ ତମ ଚବିଶ ପ୍ରହର ନାମଯଜ୍ଞ ସମ୍ପୂର୍ଣ ହଇଥିବାରୁ କଟୁପାଲୀ ଗ୍ରାମବାସୀ ଖୁସି ପ୍ରକଟ କରିଛନ୍ତି ଏବଂ ବୃଧ ବୃଧା ମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା କଟୁପାଲୀ ଗ୍ରାମରେ ପ୍ରଶାଶନିକ ଅଧିକାରିଙ୍କ ଠାରୁ ରାଜନେତାମାନଙ୍କ ଉପସ୍ଥିତି ଦେଖିବା ପାଇଁ ମିଳିଥିଲା| ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ଚନ୍ଦନ ପୁର୍ନିମା ରେ ପୁର୍ନାହୁତି ସହିତ ବ୍ଯଠକ ପାଲା ସେଶ ହୋଇଥିଲା କମିଟି ପକ୍ଷରୁ ଗ୍ରାମରେ ମଦ ଓ ଆମିଷ ନିସେଦ୍ଧ କରାଯାଇଛି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ଉତ୍କଳମଣି ଗୋପବନ୍ଧୁ ୟୁବକ ସଙ୍ଘ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା |
ଏହି ଚବିଶ ପ୍ରହରୀ ନାମ ଯଜ୍ଞ ରେ ସର୍ବମୋଟ ୬ଟି ପୁରୁଷ କୀର୍ତ୍ତନ ଦଳ ଯଥା :- ନେଦାଭାଡି ( ବମ୍ବେଛକ ) ଚହଲାପଦା ( ବାରିପଦା ) ଗୌଡରମା ( ବାରିପଦା ) ଦିସପସଣ୍ଡା ( ବରଗଡ ) ନେଦିଗୋଠ ( କେନ୍ଦୁଝର ) ଖଳିପାହାଡି ( ବାରିପଦା )ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ନ୍ୟୁଜ ସେବା ଲାଇଭ