ସାରା ଦେଶରେ ଲାଗୁ ହେଲା ଇ-ପାସପୋର୍ଟ ସେବା ପ୍ରୋଗ୍ରାମ ଭି୨.୦
ଏବେ ଭାରତ ଏବଂ ବିଦେଶରେ ଥିବା ଭାରତୀୟ ଦୂତାବାସମାନଙ୍କରେ ନୂଆ ପାସପୋର୍ଟ ତଥା ରିନୱାଲ ନିମନ୍ତେ ଏବେ ଚିପ୍ ଆଧାରିତ ଇ-ପାସପୋର୍ଟ ଜାରି ହେବ। ବିଦେଶ ଯାତ୍ରା ଅଥବା ପରିଚୟ ପ୍ରମାଣ ରୂପେ ପାସପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହାକୁ ଅଧିକ ସୁରକ୍ଷିତ ଓ ଟେକ୍ନିକାଲି ଉନ୍ନତ କରିବା ପାଇଁ ଭାରତ ସରକାର ପାସପୋର୍ଟ ସେବା ପ୍ରୋଗ୍ରାମ ଭି୨.୦ଲାଗୁ କରିଛନ୍ତି।ପୁରୁଣା ପାସପୋର୍ଟ ଏହାର ଏକ୍ସପାୟେରୀ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ଓ ପୂର୍ବ ଭଳି ଉପଯୋଗ ହେବ। ତେବେ ପାସପୋର୍ଟର ବୈଧତା ସମାପ୍ତ ହେବା ପରେ ଅଥବା ନୂଆ ଆବେଦନ ସ୍ଥିତିରେ ଆପଣଙ୍କୁ କେବଳ ଚିପ୍ ଯୁକ୍ତ ଇ-ପାସପୋର୍ଟ ମିଳିବ। ତେବେ ନୂଆ ପାସପୋର୍ଟ କରିବା ପାଇଁ ଅଲଗା ଫର୍ମ ଅଥବା ବିକଳ୍ପ ବାଛିବାକୁ ପଡିବ ନାହିଁ।ଆବେଦନ ସମୟରେ ସିଷ୍ଟମ ନିଜକୁ ନିଜେ ଇ-ପାସପୋର୍ଟ ବିକଳ୍ପ ଲାଗୁ କରିଦେବ। ସରକାରଙ୍କ କହିବା କଥା ହେଉଛି ଏହି ପରିବର୍ତ୍ତନ ପାସପୋର୍ଟକୁ ଆହୁରି ସୁରକ୍ଷିତ ଓ ଯାତ୍ରୀଙ୍କ ଇମିଗ୍ରେସନ ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ଦ୍ରୁତ ହେବ। ନୂଆ ଇ-ପାସପୋର୍ଟ କଭରରେ ଏକ ଛୋଟ ଗୋଲ୍ଡେନ କଲରର ଚିପ୍ ଲଗା ମିଳିବ। ଏହି ଚିପ୍ ର ଆରଏଫଆଇଡି ଟେକ୍ନୋଲଜି ପାସପୋର୍ଟଧାରୀଙ୍କ ବାୟୋମେଟ୍ରିକ ଡାଟା, ଫଟୋ ଓ ଅନ୍ୟ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରୂପେ ସଂଗ୍ରୁହିତ ରହିବ।ଏହା ଦ୍ୱାରା ନକଲୀ ପାସପୋର୍ଟ ସମ୍ଭାବନା ହ୍ରାସ ହେବା ସହ ଅନ୍ତର୍ଜାତୀୟ ଟ୍ରାଭେଲ କାଳରେ ଦ୍ରୁତ ଭେରିଫିକେସନ ହେବ।