କଣ ରହିଛି କାର୍ତ୍ତିକ ପୂର୍ଣ୍ଣମୀର ଚନ୍ଦ୍ରଗ୍ରହଣ ରେ ନିୟମ ?
କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ।ସୂର୍ଯ୍ୟୋପରାଗ ପରେ ଏବେ ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ଏହିଦିନ ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ତେଣୁ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି।
ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ହେବ। ଏ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ବି ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ।
ଏ ସଂପର୍କରେ ପଣ୍ଡିତ ଗୋପୀନାଥ କର କହିଛନ୍ତି ଯେ ନଭେମ୍ବର ୮ ତାରିଖ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପଡୁଛି। ସେଦିନ କାର୍ତ୍ତିକପୂର୍ଣ୍ଣିମା ହୋଇଥିବା ବେଳେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ। ନଭେମ୍ବର ୮ ମଙ୍ଗଳବାର ଦିନ ୨ଟା ୩୯ ମିନିଟଠାରୁ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ଘଣ୍ଟା ପୂର୍ବରୁ ଅର୍ଥାତ୍ ସେଦିନ ଭୋର ୪ଟା ୨୯ମିନିଟ୍ ପୂର୍ବରୁ କାର୍ତ୍ତିକ ନୀତି ସମ୍ପାଦନ କରାଯାଇପାରେ। ମଙ୍ଗଳବାର ସନ୍ଧ୍ୟା ୬ଟା ୧୯ ମିନିଟ ପର୍ଯ୍ୟନ୍ତ ଦେବନୀତି ଓ ପାକ ନିଷେଧ। ଅର୍ଥାତ୍ ସକାଳ ୪ଟା ୨୯ ପରେ ଆଉ ଡଙ୍ଗାଭସା ହୋଇପାରିବ ନାହିଁ।