RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରଥମ ଥର ପାଇଁ Reserve Bank of India (Lending Against Gold and Silver Collateral) Directions, 2025 ନାମରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ଯାହା ଅଧୀନରେ ରୂପା ଉପରେ ଋଣ ଏବେ ସମ୍ଭବ ହେବ। ଏହି ନିୟମଗୁଡ଼ିକ 1 ଏପ୍ରିଲ, 2026 ରୁ କାର୍ଯ୍ୟକାରୀ ହେବ।RBI ଅନୁଯାୟୀ, ଯଦି ଆପଣ ରୁପା ଋଣ ବିଷୟରେ ନେବାକୁ ଚାହୁଁଛନ୍ତି ତେବେ ଅନେକ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏହି ସୁବିଧା ପ୍ରଦାନ କରିବେ। କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ସମେତ ପ୍ରାୟ ସମସ୍ତ ବାଣିଜି୍ୟକ ବ୍ୟାଙ୍କ ଏଥିରେ ଅନ୍ତର୍ଭୁକ୍ତ ହେବେ।ଏହା ବ୍ୟତୀତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ରୁପା ଋଣ ପ୍ରଦାନ କରିବେ। ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ ଗୃହ ଆର୍ଥିକ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ଗ୍ରାହକମାନଙ୍କୁ ରୁପା ଋଣ ପ୍ରଦାନ କରିବେ।
ନୂତନ ନିୟମ ଅନୁଯାୟୀ:
ସୁନା ଅଳଙ୍କାର ଉପରେ ସର୍ବାଧିକ 1 କିଲୋଗ୍ରାମ ଋଣ ନିଆଯାଇପାରିବ।
ରୂପା ଅଳଙ୍କାର ଉପରେ ସର୍ବାଧିକ 10 କିଲୋ ଋଣ ରାଶି ନିଆଯାଇପାରିବ।
50 ଗ୍ରାମ ପର୍ଯ୍ୟନ୍ତ ସୁନା ମୁଦ୍ରା ଏବଂ 500 ଗ୍ରାମ ପର୍ଯ୍ୟନ୍ତ ରୂପା ମୁଦ୍ରା ଉପରେ ସର୍ବାଧିକ ଋଣ ରାଶି ନିଆଯାଇପାରିବ।
ଋଣ-ମୂଲ୍ୟ (LTV) ଅନୁପାତ ଏହି ଯୋଜନା ପାଇଁ RBI ଋଣ ସୀମା ମଧ୍ୟ ସ୍ଥିର କରିଛି:
2.5 ଲକ୍ଷ ପର୍ଯ୍ୟନ୍ତ ଲୋନ ପାଇଁ 85% ପର୍ଯ୍ୟନ୍ତ ରାଶି ମିଳିବ।
2.5 ଲକ୍ଷରୁ 5 ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ 80% ପର୍ଯ୍ୟନ୍ତ ଉପଲବ୍ଧ ହେବ।
5 ଲକ୍ଷରୁ ଅଧିକ ଋଣ ପାଇଁ କେବଳ 75% ପର୍ଯ୍ୟନ୍ତ ଅନୁମୋଦନ କରାଯିବ।
ଋଣ ପରିଶୋଧ ଏବଂ ଅଳଙ୍କାର ଫେରସ୍ତ ପାଇଁ ନିୟମ
ଋଣ ସମ୍ପୂର୍ଣ୍ଣ ପରିଶୋଧ ହେବା ପରେ, ବ୍ୟାଙ୍କ କିମ୍ବା ସଂସ୍ଥାକୁ 7 କାର୍ଯ୍ୟ ଦିବସ ମଧ୍ୟରେ ଅଳଙ୍କାର କିମ୍ବା ରୂପା ଫେରସ୍ତ କରିବାକୁ ପଡିବ। ବିଳମ୍ବ ହେଲେ, ବ୍ୟାଙ୍କକୁ ଋଣଗ୍ରହୀତାକୁ ପ୍ରତିଦିନ 5,000 କ୍ଷତିପୂରଣ ଦେବାକୁ ପଡିବ।
ଋଣ ପରିଶୋଧ ନ କଲେ କ’ଣ ହେବ?
ଯଦି ଜଣେ ବ୍ୟକ୍ତି ଋଣ ପରିଶୋଧ କରିବାରେ ବିଫଳ ହୁଅନ୍ତି, ତେବେ ବ୍ୟାଙ୍କ କିମ୍ବା NBFC ରୂପା କିମ୍ବା ସୁନା ନିଲାମ କରିପାରିବେ। ତଥାପି, ଏହା କରିବା ପୂର୍ବରୁ ଋଣଗ୍ରହୀତାକୁ ନୋଟିସ୍ ଦେବାକୁ ପଡିବ। ନିଲାମ ସମୟରେ ସଂରକ୍ଷଣ ମୂଲ୍ୟ ଅତି କମରେ 90% ହେବ।