ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ।
ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା।୨୮ ଏପ୍ରିଲ ସୋମବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ମଞ୍ଚ ଉପରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଡାକି କିଛି କହିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଭିଡିଓରେ ସିଦ୍ଧରମୈୟା ତାଙ୍କ ହାତ ଉଠାଇ ଚାପୁଡ଼ା ମାରିବାର ଇଙ୍ଗିତ କରୁଥିବା ଦୃଶ୍ୟ ରେକର୍ଡ ହୋଇଛି।ଏହି ସମୟରେ କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା ମଞ୍ଚ ଉପରେ ଉପସ୍ଥିତ ଥିଲେ, କିନ୍ତୁ ସିଦ୍ଧରମୈୟା ତାଙ୍କ କଥା ନ ଶୁଣି ତାଙ୍କ ଆଚରଣ ଜାରି ରଖିଥିଲେ। ଏହି ଭିଡିଓଟି ଏକ୍ସ (ପୂର୍ବରୁ ଟ୍ୱିଟର) ପ୍ଲାଟଫର୍ମରେ ଦ୍ରୁତ ଗତିରେ ପ୍ରଚାରିତ ହେବା ପରେ ଏହା ତୀବ୍ର ଆଲୋଚନାର ବିଷୟ ପାଲଟିଛି।
ଭାଇରାଲ ଭିଡିଓରେ ସିଦ୍ଧରମୈୟାଙ୍କୁ “ଏ ପୋଲିସ, ଏଠାକୁ ଆ, SP କିଏ?” ବୋଲି କହୁଥିବା ଶୁଣାଯାଇଛି, ଯାହା ତାଙ୍କର କ୍ରୋଧ ଓ ଅସନ୍ତୋଷକୁ ପ୍ରତିଫଳିତ କରୁଛି। ଏହି ଘଟଣାକୁ ନେଇ ବିରୋଧୀ ଦଳ, ବିଶେଷତଃ ଭାରତୀୟ ଜନତା ପାର୍ଟି (ଭାଜପା), ସିଦ୍ଧରମୈୟାଙ୍କ ଆଚରଣକୁ “ଅସଂଯମୀ ଓ ଅନୁଚିତ” ବୋଲି ଅଭିଯୋଗ କରିଛି।ବିଜେପି ସିଦ୍ଦରମେୟାଙ୍କୁ ଜଣେ ପାକିସ୍ତାନୀ ସମର୍ଥକ ବୋଲି କହିଛି। ଅନ୍ୟପଟେ କଂଗ୍ରେସ ଏହି ଘଟଣାରେ ସିଦ୍ଦରମେୟାଙ୍କୁ ସମର୍ଥନ କରିଛି।