ଅଧିକ ଆମ୍ବ ଖାଉଥିଲେ ସାବଧାନ !
ଗ୍ରୀଷ୍ମ ଅର୍ଥ ଆମ୍ବ ଋତୁ। ଅନେକ ଲୋକ ଆମ୍ବ ଖାଇ ସକାଳ ଆରମ୍ଭ କରିବାକୁ ଚାହାଁନ୍ତି, କିନ୍ତୁ ରକ୍ତରେ ଶର୍କରା ସ୍ତର ବଢିବାର ଭୟ ହେତୁ ସବୁବେଳେ ଏହାକୁ ଖାଇବାକୁ ବାରଣ କରାଯାଏ। ଆମ୍ବ କିଣିବା ବେଳେ ନିଶ୍ଚିତ ଭାବେ ପରଖି ନିଅନ୍ତୁ ଯେ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ଆୟୋଗ ଦ୍ୱାରା ସ୍ଥିର ହୋଇଥିବା ମାନ ଅନୁଯାୟୀ ଆମ୍ବ ପ୍ରାକୃତିକ ଭାବରେ ପାଚିବାକୁ ଦିଆଯାଇଛି କି ନାହିଁ।ଧ୍ୟାନ ଦିଅନ୍ତୁ ଯଦି ଆପଣ ରସଯୁକ୍ତ କିଛି ଆମ୍ବ ବଜାରରୁ କ୍ରୟ କରି ଖାଉଛନ୍ତି ତେବେ ସେଥିରେ କିଛି କ୍ୟାଲସିୟମ୍ କାର୍ବାଇଡ୍ ଭଳି ରାସାୟନିକ ପଦାର୍ଥ ଦ୍ୱାରା ପାଚିବାକୁ ଦିଆଯାଇଥାଏ। ଏହାକୁ ଖାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇପାରେ। ଆମ୍ବକୁ ପଚାଇବାରେ ଏଭଳି କରିବାକୁ ଏଫଏସଏସଏଆଇ କଡା ନିଷେଧ କରିଛି।
ଏହି ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ରୋଗକୁ ଡାକି ଆଣିପାରେ।ଫଳକୁ ଶୀଘ୍ର ପାଚିବା ପାଇଁ ଆଜିକାଲି କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଉଛି। ହେଲେ ଏହା ଶରୀର ପାଇଁ ବିପଜ୍ଜନକ ଏବଂ ଏହା କରିବା ବେଆଇନ। କାରଣ ଏହା ଫଳକୁ ବିଷାକ୍ତ କରିଥାଏ ଏବଂ ଲୋକମାନେ ସେହି ଫଳ ଖାଇବା ପରେ ଫୁସଫୁସ୍ କର୍କଟ ଭଳି ଗୁରୁତର ରୋଗର ଶିକାର ହୋଇପାରନ୍ତି। କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହୁତ ଫଳ ଖାଇବା ଦ୍ୱାରା କାଶ ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଛାତି ଯନ୍ତ୍ରଣା ହୋଇପାରେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଲେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ମୃତ୍ୟୁ ମଧ୍ୟ ହୋଇପାରେ।