ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଯୋଗ ଅଭ୍ୟାସ ଅନୁଷ୍ଠିତ l

ସୁସ୍ଥ ଜୀବନ ପାଇଁ ଯୋଗ ଅମୂଲ୍ୟ ଔଷଧ

ଥୁଆମୁଳ ରାମପୁର,୨୧/୦୬-(ଦୁର୍ଗା କୀର୍ତ୍ତି):- ମଣିଷ ଜୀବନକୁ ସରସ ସୁନ୍ଦର ଭାବରେ ଗଢିତୋଳିବା ନିହାତି ଭାବରେ ଆବଶ୍ୟକତା ରହିଛି ଏହା ପାଇଁ ଯୋଗ ଏକ ଅପରିହାର୍ଯ୍ୟ ସୂତ୍ରଧର। ଦୀର୍ଘ ଏଗାର ବର୍ଷ ହେଲାଣି ଅନେକ ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ଲୋକଙ୍କ ଦ୍ବାରା ପାଳନ ହୋଇଆସୁଛି। ଏହା ଏବେ ସାରା ବିଶ୍ବରେ ସ୍ବତନ୍ତ୍ର ହାସଲ କରିବା ସହିତ ଲୋକଙ୍କର ପ୍ରିୟ ହୋଇପାରିଥିବା ବେଳେ ଏପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ବ୍ଳକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିବା ବେଳେ ଶନିବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ବାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଥୁଆମୁଳ ରାମପୁର ତହସିଲଦାର ନୀରୋଜ କୁମାର ଭତ୍ରା, ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ସମେତ ବ୍ଳକ ର ବିଭିନ୍ନ ବିଭାଗର ଅଧିକାରୀ ଓ ସହକର୍ମୀ ଅଂଶଗ୍ରହଣ କରିଥିଲେ। ଏହି ଯୋଗ ଅଭ୍ୟାସ ରେ ଟ୍ରେନର ଭାବରେ ଯୋଗ ମହୋତ୍ସବ ସମିତି ସଦସ୍ୟ ଲମ୍ବୁଧର ନାଏକ, ଥାନା ଏଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସମସ୍ତ ଯୋଗାଭ୍ୟାସ କରୀଙ୍କୁ ତାଲିମ ଦେଇଥିଲେ l ସେହିପରି ଥୁଆମୁଳ ରାମପୁର ଥାନାରେ ମଧ୍ୟ ଥାନା ଅଧିକାରୀ କୈବଲ୍ଯ ସେଠ୍ ଙ୍କ ଉପସ୍ଥିତିରେ ଆନ୍ତର୍ଜାତିୟ ଯୋଗ ଦିବସ ସୁନ୍ଦର ଭାବରେ ପାଳିତ ହୋଇଥିଲା, ଉକ୍ତ କାର୍ଯ୍ଯକ୍ରମରେ ସମସ୍ତ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Ad 13