ଅପମିଶ୍ରିତ ନିଶା ଦ୍ରବ୍ୟ ବିରୋଧରେ ସଚେତନାତା ଅଭିଯାନ :
ସଚେତନ କାର୍ଯ୍ୟକ୍ରମ କରି ଦାୟିତ୍ଵ ଭୂଳିଯାଉଛି ବିଭାଗ l
ଥୁଆମୂଳ ରାମପୁର, ୨୩/୦୬-(ଦୁର୍ଗା କୀର୍ତ୍ତି):- ରାଜ୍ୟ ବ୍ୟାପୀ ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ର ବାର୍ତ୍ତା ନେଇ ବିଭିନ୍ନ ମାଦ ଦ୍ରବ୍ଯ ତଥା ନିଶାଦ୍ରବ୍ଯ ବ୍ଯବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ବଡ଼ ପଦକ୍ଷେପ ନେଇ ରାଜ୍ଯ ବ୍ଯାପି ବ୍ଯାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ମଇ ୩୧ ରୁ ଜନ ୨୬ ପର୍ଯ୍ୟନ୍ତ ଚାଲିବା ପାଇଁ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଥୁଆମୁଳ ରାମପୁର ବ୍ଳକ ସଭା ଗୃହଠାରେ ଅବକାରୀ ବିଭାଗ ଥୁଆମୁଳ ରାମପୁର ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ବାବଧାନରେ ଏହି ନିଶାଦ୍ରବ୍ଯ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ଯ ବିରୋଧରେ ଜନସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଥୁଆମୁଳ ରାମପୁର ତହସିଲ ଦାର ନିରୋଜ୍ କୁମାର୍ ଭତ୍ରା ବ୍ଳକ ଅବକାରୀ ବିଭାଗ ଅଧିକାରିଣୀ ପ୍ରଶାନ୍ତି ସ୍ବାଇଁ, ଥୁଆମୂଳ ରାମପୁର ଥାନା ଏଏସଆଇ ଭାସ୍କର ଖୋସ୍ଲା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସୁଧାଂଶୁ ଶେଖର ପଣ୍ତା ପ୍ରମୁଖ ଯୋଗଦେଇ ତାଙ୍କ ବକ୍ତବ୍ଯରେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ଯ ବ୍ଯବହାରର କୁପରିଣାମ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ଭାବରେ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଉକ୍ତ ସଚେତନତା କାର୍ଯ୍ଯକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ୍ ପରିଚାଳନା କରିଥିବା ବେଳେ ଥୁଆମୁଳ ରାମପୁର ଅବକାରୀ ବିଭାଗ କନଷ୍ଟେବଳ ପୃଥିରାଜ ବାଗ, ସିର୍ଦ୍ଧାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ। ସଚେତନ କାର୍ଯ୍ଯକ୍ରମରେ ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ତଥା ଓଏଲଏମ, ଏମବିକେ, ସିଆରପିଏଫ, ସୟଂସହାୟ ମହିଳା ସମେତ୍ ସମସ୍ତ ପିଇଓ,ଏଡିଓ ଓ ଅନ୍ୟାନ୍ୟ ସାଧାରଣ ଲୋକେ ଅଂଶଗ୍ରହଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଥୁଆମୂଳ ରାମପୁର ବ୍ଲକ୍ ରେ ଦିନକୁ ଦିନ ବିଭିନ୍ନ ଛକ ବଜାର, ଦୋକାନ, ଘର ମାନଙ୍କରେ ଚୋରା ମଦ କାରବାର ସାଙ୍ଗକୁ ନକଲି ବିଦେଶୀ ମଦ ଚାଲାଣକୁ ରୋକିବାରେ ସମ୍ପୂର୍ଣ୍ଣ ଫେଲ ଅବକାରୀ ବିଭାଗ ଏବଂ ପୁଲିସ ବିଭାଗ l କିନ୍ତୁ ଏଭଳି ସଂକଳ୍ପ ସଚେତନତା ସଭା କରି ଖାଲି ବାହଃ ବାହଃ ନେଉଛି ଉକ୍ତ ବିଭାଗ ବୋଲି ଅଞ୍ଚଳର ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ବିଭିନ୍ନ ସ୍ଥାନରେ ଆଲୋଚନା କରୁଥିବା ସହ ପ୍ରଥମେ ଏହି ଅଞ୍ଚଳରେ ମିଳୁଥିବା ନକଲି ମଦ କାରବାର ସାଙ୍ଗକୁ ଚୋରା ଚାଲାଣ କୁ ରୋକନ୍ତୁ ବୋଲି ଜନସାଧାରଣରେ ଚର୍ଚା ଜୋର୍ ଧରୁଛି l