ଅସରାଏ ବର୍ଷାରେ ବେହାଲ, ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟ ରାସ୍ତା : ଡ୍ରେନ ବ୍ଯବସ୍ତା ବିପର୍ଯ୍ୟସ୍ତ I

ଥୁଆମୂଳ ରାମପୁର,୧୦/୦୬-(ଦୁର୍ଗା କୀର୍ତ୍ତି):- ଠିକା ସଂସ୍ଥାର ଖାମଖିଲିନୀତି ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୂରଦୃଷ୍ଟି ଅପାରଗତା ଯୋଗୁଁ ଏବେ ଅଧିକାଂଶ ସ୍ଥାନ ମାନଙ୍କରେ ରାସ୍ତା ଓ ଡ୍ରେନ ନିର୍ମାଣରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ରାସ୍ତା ଓ ଡ୍ରେନର ସମନ୍ବିୟ ଅଭାବ ଯୋଗୁଁ ନିର୍ମାଣର ୩ମାସ ନ ପୁରୁଣୁ ବର୍ଷା ଜଳ ଡ୍ରେନରେ ନିଷ୍କାସନ ହେବା ବଦଳରେ ମୁଖ୍ୟ ରାସ୍ତା ଉପରେ ପ୍ରଭାହିତ ହେଉଥିବା ଦୃଶ୍ୟ ପ୍ରାୟ ସ୍ଥାନ ମାନଙ୍କରେ ଦେଖିବିକୁ ମିଳିଥିବା ବେଳେ ପୁଣି ବର୍ଷାର ପ୍ରଥମ ଆଗମନରେ ଅସରାଏ ବର୍ଷାରେ ଯଦି ଏପରି ବେହାଲ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି, ତେବେ ଆଗକୁ ତୋ ବର୍ଷା ଋତୁ ଆସୁଛି ଠିକ ଏହି ବର୍ଷା ସମୟରେ ଏହି ରାସ୍ତା ଓ ଡ୍ରେନର ଅବସ୍ଥା କଣ ନ ହୋଇନପାରେ ଏହା ଏକ ଚିନ୍ତାର ବିଷୟ ହୋଇଛି। ଅସରାଏ ବର୍ଷାରେ ବେହେଲ ହୋଇଥିବା ପରିସ୍ଥିତି ସୃଷ୍ଟିର ଦୃଶ୍ୟ ଦେଖିବିକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟ ରେ, ମଙ୍ଗଳବାର ସକାଳେ ଯେଉଁ ଅସରାଏ ବର୍ଷା ହେଲା ଏଥିରେ ଭୂଲ ଡ୍ରେନ ନିର୍ମାଣ ଯୋଗୁଁ ଡ୍ରେନରେ ପାଣି ଯିବା ବଦଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରଭାହିତ ହେଉଥିବା ଦେଖିବାକୁ ମିଳିଥିଲା।

ଯଦି ବର୍ଷାର ପ୍ରାରମ୍ଭରେ ଏଭଳି ରାସ୍ତା ଉପରେ କୁତ୍ରିମ ବନ୍ଯା ଭ୍ରମ ସୃଷ୍ଟି କରେ ତେବେ ଆଗକୁ ବର୍ଷା ଦିନରେ ତୋ ପ୍ରବଳ ବର୍ଷା ହେବ ଠିକ ସେହି ସମୟରେ ଏହାର ପରିଣତି କଣ ନ ହେବ ସେନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇଛି। ଏହାଛଡା ମୁଖ୍ୟ ରାସ୍ତାରେ ଯେଉଁଠି ଡ୍ରେନର ଆବଶ୍ୟକତା ରହିଛି ସେଠାରେ ଡ୍ରେନ ନିର୍ମାଣ କରାଯାଇ ପାରିନାହିଁ, ଏହାଦ୍ବାରା ମୁଖ୍ୟ ରାସ୍ତା ଉପରେ ଆଗକୁ କୁତ୍ରିମ ବନ୍ଯା ପରିସ୍ଥିତି ସୃଷ୍ଟି ହେବା ଭଳି ଘଟଣାକୁ କେହି ମଧ୍ୟ ଅସ୍ବୀକାର କରିପାରିବେ ନାହିଁ, ଏହାକୁ ଦୃଷ୍ଟିରେ ରଖି ଠିକାସଂସ୍ଥା ପକ୍ଷରୁ ବର୍ଷା ଆଗମନ ପୂର୍ବରୁ ଏହାର ବିକଳ୍ପ ପଥ ବାଛିବା ନିହାତି ଭାବରେ ଆବଶ୍ୟକ ରହିଛି ବୋଲି ଅଞ୍ଚଳବାସୀ ଆଲୋଚନା କରୁଥିବା ଜଣାପଡିଛି।

Ad 13