ଆଖି ବୁଜିଲେ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ

ଯାତ୍ରା ଜଗତର ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ ଯାହା ଯାତ୍ରା ଜଗତ ପାଇଁ ବଡ ଦୁଃଖ ର କଥା । ସେ କ୍ୟାନସର ରୋଗରେ ପୀଡିତ ଥିଲେ |ତାଙ୍କ ଜନ୍ମସ୍ଥାନ କୁଜଙ୍ଗ ବ୍ଲକ ଅଗପାଳ ଗାଁରେ ୬୮ ବୟସ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତା ଗଣନାଟ୍ୟ’ର ‘ଶାଗୁଣା ବସିଛି ଡେଲା ମେଲେଇ’ ରେ ସେ ହାସ୍ୟ ଅଭିନେତା ଥିଲେ । ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ରବି ଶତପଥି ଦର୍ଶକଙ୍କ ମନ ଜିଣିଥିଲେ । ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି କରି ଅନେକ ପୁରସ୍କାର ପାଇଥିଲେ । ସେହିପରି ଗୌରୀ ଗଣନାଟ୍ୟ, କୋଣାର୍କ ଗଣନାନ୍ୟ ଭଳି ‌ଅନେକ ଯାତ୍ରା ଅନୁଷ୍ଠାନରେ ସେ ହାସ୍ୟ ଅଭିନେତା ଭୂମିକାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଯାତ୍ରା ଜଗତରେ କମେଡି କିଙ୍ଗ ରବି ଶତପଥୀଙ୍କ ଅଭିନୟ ଥିବା ନାଟକ ଯେଉଁ ସ୍ଥାନରେ ପଡ଼ିଥାଏ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଖଚାଖଚ ଭିଡ଼ ଲାଗେ। ସେ ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ।

ଚଳିତ ବର୍ଷ ରଜରେ ବି ସେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ। ହେଲେ ହଠାତ ତାଙ୍କର ଦେହ ଅସୁସ୍ଥ ହେଲା। ବାନ୍ତି ହେବା ପରେ ଘର ଲୋକ ହସ୍ପିଟାଲ ନେଇଥିଲେ। ଏହାପରେ ତାଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା।

ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ କେମୋ ଚିକିତ୍ସା କରାଯାଇଥିଲା। ହେଲେ ଦେହ ଭଲ ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଥିଲେ। ସେବେଠୁ ରବି ଶତପଥୀ ଶଯ୍ୟାଶାୟୀ ଥିଲେ। ଏମିତିକି ନିଜ କାମ ବି ସେ କରିପାରି ନଥିଲେ। ଆଉ ଆଜି ଶେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି।