ଆଜିଠାରୁ ବାହୁଡ଼ା ପ୍ରସ୍ତୁତି ଆରମ୍ଭ ହେବ।
ଆଜିଠୁ ବାହୁଡ଼ା ପ୍ରସ୍ତୁତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କର ଲୀଳା ଖେଳା । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍ ଯାତ୍ରାର ଷଷ୍ଠ ଦିନରେ (ଆଜି) ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ, ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିବ । ଆସନ୍ତା ଶନିବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଣୁ ଦକ୍ଷିଣ ମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ।