ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ନିଖୋଜ ଘଟଣା
ଥୁଆମୂଳ ରାମପୁର,୦୨/୦୩- (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ପାଡ଼େପଦର ପଞ୍ଚାୟତ ଅନ୍ତର୍ଗତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୦) ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ତେବ ଘଟଣାର ୩ ଦିନ ପରେ ଶନିବାର ତାଙ୍କ ଶବ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ ବ୍ରଜ ଗତ ଗୁରୁବାର ଦିନ ପ୍ରାୟ ୧.୩୦ରେ ନିକଟସ୍ଥ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଅନେକ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଜଳଭଣ୍ଡାର କୂଳରେ ତାଙ୍କ ଚପଲ ଓ କପଡ଼ା ପଡ଼ିଥିବା ଦେଖିଥିଲେ। ତେଣୁ ସେ ଜଳଭଣ୍ଡାରରେ ବୁଡ଼ି ଯାଇଥିବା ପରିବାର ଲୋକେ ସନ୍ଦେହ କରିବାରୁ ସମିତି ସଭ୍ୟ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ମହୁଲ ପାଟଣା ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ଡସେନା, ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ବନମାଳି ପୁଝାରୀ ଓ ତାଙ୍କ ସ୍ଵତନ୍ତ୍ର ଟିମ୍ ଗୁରୁବାର ଓ ଶୁକ୍ରବାର
ଦୁଇ ଦିନ ବୋହୁତ ଖୋଜାଖୋଜି କରିଥିଲେ ପରେ ବି ତାଙ୍କର କୌଣସି ପତ୍ତା ମିଳି ନଥିଲା।

ତେବେ ଶନିବାର ସକାଳ ୧୦ଟାରେ ତାଙ୍କ ଶବ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ଉଦ୍ଧାର କରିଥିଲେ। ହେଲେ ଶବ ବୁହା ଗାଡ଼ି ନଥିବାରୁ ଶବ ଡାକ୍ତରଖାନାକୁ ନିଆଯାଇ ପାରିନଥିଲା । ପରେ ବୋହୁତ ଯୋଗାଯୋଗ କଳା ସ୍ଵତେ କୌଣସି ସୁଫଳ ମିଳିନଥିଲା l ସ୍ଥାନୀୟ ନେତୃମଣ୍ଡଳୀ କଳାହାଣ୍ଡି ସାଂସଦ ମାଳବିକା ଦେବୀ କୁ ଏ ସମ୍ପର୍କରେ ଜଣାଇଲା ରୁ ସାଂସଦ ଶ୍ରୀ ଦେବୀ ଭବାନୀପାଟଣାରୁ ଶବବୁହା ଗାଡ଼ି ପଠେଇ ଥିଲେ l ଏବଂ ଗାଡ଼ି ଆସି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ଏ ନେଇ ପୁଲିସ୍ ୟୁ.ଡି କେସ ନଂ ୧/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ।