ଇନ୍ଦ୍ରାବତୀ ନଦୀ ଝିମକୀ ଡଙ୍ଗର ପାଖର କୋଡକି ଦୋର ନାଳରେ ଏକ ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀଙ୍କ ଦାବୀ l

ପୋଲ ନିର୍ମାଣ ହେଲେ ପୋଦଶୀ ଜିଲ୍ଲା ର କିଛି ବ୍ଲକ୍ ସମେତ ପାଖାପାଖି ୫ଟି ଗ୍ରାମପଞ୍ଚାୟତର ଲୋକେ ସୁବିଧା ପାଇବେ l

ଥୁଆମୂଳ ରାମପୁର,୨୪/୦୧- (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଏହି ଅଞ୍ଚଳରେ ଆଜି ମଧ୍ୟ ଅଧିକାଂଶ ନଦୀ ଓ ନାଲ ଠାରେ ପୋଲର ଅଭାବ ରହିଅଛି। ଏହାଫଳରେ ଲୋକ ଓ ଛାତ୍ରଛାତ୍ରୀ ବିଦ୍ଯାଳୟ/ମହାବିଦ୍ୟାଳୟ ଯିବା ଆସିବା କରିବାରେ ପ୍ରତିବନ୍ଧକ ସାଜିଛି। ଏନେଇ କିଛି ଅଞ୍ଚଳର ଲୋକେ ନଦୀ ଓ ନାଳ ମାନଙ୍କରେ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ଙ୍କ ପାଖରେ ହାରିଗୁହାରି କରିଆସୁଥିବା ବେଳେ କେହି ଏହା ପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡିଛି। ଏପରି ସ୍ଥଳେ ଏକ ଦାବୀ କରିଥିବା ଘଟଣା ସାମ୍ମାନାକୁ ଆସିଛି ଯାହାକି ଜିଲ୍ଲାର ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ଅଡ୍ରି ଗ୍ରାମପଞ୍ଚାୟତ ଢୋଲଫାସ ଗ୍ରାମ ନିକଟରେ ଥିବା ଝିମକୀ ଡଙ୍ଗର ପାଖର କୋଡକି ଦୋର ଠାରେ ଏକ ପୋଲର ଆବଶ୍ୟକ ରହିଅଛି।

ଏହି ଇନ୍ଦ୍ରାବତୀ ନଦୀର କୋଡକି ଦୋର ଠାରେ ପୋଲଟିଏ ନିର୍ମାଣ କରାଗଲେ ଅଞ୍ଚଳର ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦର, ମହୁଲପାଟଣା ସାଙ୍ଗେ ସାଙ୍ଗେ ପୋଦଶୀ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଲୋକେ ଏବଂ ଜୟପାଟଣା ବ୍ଳକ ର ମୁଖିଗୁଡ଼ା ଠାରୁ ଆରମ୍ଭ କରି ଅନେକ ଗ୍ରାମ ଗୁଡିକର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଢୋଲଫାସ ଗ୍ରାମର ଜନସାଧାରଣ ଦାବି କରିଛନ୍ତି। ଏହି ନଦୀର ବିପରିତ ଦିଗ ମାନଙ୍କରେ ମାଳିଗାଁ, ଅଡ୍ରି, ଗୋପୀନାଥପୁର ତଥା କାଶୀପୁର ବ୍ଳକ ଓ ଅପରପଟେ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼, କୋକସରା, ଭବାନୀପାଟଣା, ଥୁଆମୁଳ ରାମପୁର ଭଳି ସହର ମାନଙ୍କ ସହିତ ଗମନାଗମନ ଯୋଗଯୋଗରୁ ସଂପୂର୍ଣ୍ଣ ଭାବରେ ବିଛିନ୍ନ ହୋଇପଡୁଛି। ବହୁ ଦିନ ପୂର୍ବରୁ ଏହି ନଦୀ ରାସ୍ତା ଉପରେ ଦର୍ଶାଯାଇଥିବା ଅଞ୍ଚଳର ଲୋକେ ନିର୍ଭରଶୀଳ ରହିଥିଲେ। କାଳକ୍ରମେ ଇନ୍ଦ୍ରାବତୀ ଜଳଭଣ୍ଡାର ହେବା ଦିନରୁ ଲୋକେ ବିଭିନ୍ନ ସମସ୍ୟା ଓ ଅସୁବିଧା ଭୋଗୁଛନ୍ତି ଏହାଛଡା ଢୋଲଫାସ ତଥା ଆଖପାଖ ଅଞ୍ଚଳର ଜନସାଧାରଣ ଓ ଛାତ୍ରଛାତ୍ରୀ ସ୍କୁଲ, କଲେଜ ପାଇଁ ମହୁଲପାଟଣା ଗ୍ରାମକୁ ଯିବାକୁ ହେଲେ ବହୁ କଷ୍ଟକର ବ୍ଯାପାର ହୋଇପଡିଛି। ଏହି ସ୍ଥାନରେ ପୋଲ ନଥିବା ଯୋଗୁଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ଏହିଠାରେ ଯଦି ଏକ ପୋଲ ନିର୍ମାଣ ହେବ ତେବେ ଆଞ୍ଚଳର ଅଧିକାଂଶ ଲୋକେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ତଥା ସ୍ଥାନୀୟ ସରପଞ୍ଚ ନାନ୍ଦାଏ ମାଝୀ ଏବଂ ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ ଆଶା ପୋଷଣ କରିଥିବା ବେଳେ ନଦୀରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।