ଉତ୍କଳ ଆଲୁମିନା କେଣ୍ଟିନରେ ଜଣେ ଯୁବକ ନିଆଁ ଲାଗି ଗୁରୁତର ।
ଥୁଆମୂଳ ରାମପୁର,୨୪/୧(ଦୁର୍ଗା କୀର୍ତ୍ତି):- ବୋହୁ ଚର୍ଚ୍ଚିତ ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନା ର ଏକ କେଣ୍ଟିନରେ ବଡ ଧାରଣ ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲ ରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାର ଙ୍କ ଠାରୁ କେଣ୍ଟିନ ନେଇ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଙ୍କର ବି ଦେଖାନାହିଁ । ସେପଟେ ଜ୍ବଳ ପୋଡ଼ାରେ ଯୁବକ ଙ୍କୁ ଇଂଫେକ୍ସେନ ବଢି ଚାଲିଥିବାବେଳେ ରୋଜଗାରିଆ ପୁଅ ର ଏଭଳି ଅବସ୍ଥା ଦେଖି ଚିନ୍ତା ରେ ପରିବାର ଲୋକେ । ପୀଡିତ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମୁସ୍କୁଟା ଗ୍ରାମର ଅସ୍ତ ମୁଦୁଲି ଙ୍କର ପୁଅ ପୁରନ୍ଦର ମୁଦୁଲି । ପୁରନ୍ଦର ଦୀର୍ଘ ୭ ବର୍ଷ ଧରି ଉକ୍ତ କମ୍ପାନୀରେ କାମକରି ପରିବାର ପୋଷଣ କରିଆସୁଥିଲେ । ବୁଧବାର ସନ୍ଧ୍ୟାରେ ଉତ୍କଳ ଆଲୁମିନା ଟାଉନ ସିପ ର ଉକ୍ତ କେଣ୍ଟିନରେ ସେ ରୋଷେଇ କରୁଥିବା ବେଳେ ହଟାତ କୌଣସି କାରଣରୁ ତାଙ୍କ ଅଣ୍ଟା ଠାରୁ ମୁହଁ ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା । ସୌଭାଗ୍ୟର ଘଟଣା ସେ ସମୟରେ ତାଙ୍କ ପାଖରେ ଥିବା କିଛି ସାଥି ତୁରନ୍ତ ସେ ପିନ୍ଧିଥିବା ସାର୍ଟ କୁ ଫାଡି ଦେହ ରୁ ଅଲଗା କରିଦେଇଥିଲେ । ତଥାପି ଶରୀର ର ୫୦% ପ୍ରତିଶତ ପୋଡି ଯାଇଛି । ଘଟଣା ପରେ ତୁରନ୍ତ ସେଠାରେ କାର୍ଯ୍ୟରତ ଅନ୍ୟ କିଛି ସାଥି ତାଙ୍କୁ ନିକଟ ରେ ଥିବା ନୂଆପଡା ମେଡ଼ିକାଲ ରେ ଭର୍ତ୍ତି କରିଦେଇଥିଲେ । ଖବର ପାଇ କଳାହାଣ୍ଡି ରୁ ପରିବାର ସଦସ୍ୟ ପହଞ୍ଚି ପୁଅ ଙ୍କର ସେବା କରୁଥିବାବେଳେ କେଣ୍ଟିନ ପରିଚାଳନା ଠିକାଦାର କିମ୍ବା ଠିକାଦାର ନା ରେ ପରିଚାଳନା କରୁଥିବା ଉତ୍କଳ ଆଲୁମିନା ର ଜଣେ ବରିଷ୍ଠ ଅଧିକାରୀ ବି ସି ଦାସ ନାମକ ବ୍ୟକ୍ତି ଏ ପର୍ଯ୍ୟନ୍ତ ପୀଡିତ ଯୁବକଙ୍କୁ ଭେଟିବାକୁ ଯାଇ ନାହାନ୍ତି । କର୍ମଚାରୀଙ୍କ (ସୁରକ୍ଷା) ସେପ୍ଟଟି ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଅବହେଲା କରିଥିବା ରୁ ଏଭଳି ଅଘଟଣ ହେଇଥିବା ଅଭିଯୋଗ ଆସୁଥିବାବେଳେ ଘଟଣା କୁ ୩ ଦିନ ବିତିଯାଇଥିବା ରୁ ଜଳି ଯାଇଥିବା ଅଂଶ ଇଂଫେକ୍ସେନ ହେବାରେ ଲାଗିଛି । ଏଣୁ ପୁଅ ର ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ପିତା ଅସ୍ତ ମୁଦୁଲି ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । କିନ୍ତୁ ନିରୀହ ର ସୁଯୋଗ ନେଇ ଦାଇତ୍ୱ ରେ ଥିବା ବ୍ୟକ୍ତି ମାନେ ଅବହେଳା କରିଚାଲିଛନ୍ତି । ତୁରନ୍ତ ଘଟଣା ର ସଂଜ୍ଞାନ ନେଇ ପୋଲିସ ପକ୍ଷରୁ ଏକ ଅଭିଯୋଗ ଦାଖଲ କରିବା ସହ କମ୍ପାନୀ ଉକ୍ତ ପୀଡିତ ଯୁବକ ଙ୍କୁ ସହଯୋଗ ର ହାତ ବଢ଼ାଇବା କୁ ବୁଦ୍ଧିଜୀବୀ ମହଲ ରେ ଦାବି ହେବା ସହ ଉତ୍କଳ ଆଲୁମିନା କମ୍ପାନୀ କୁ ତୀବ୍ର ନିନ୍ଦା କରାଯାଉଥିବା ଜଣାପଡିଛି l