ଏମ୍.ଏମ୍.ପି.ଏସ ମହାବିଦ୍ୟାଳୟ ଠାରେ ୧୨୦ତମ ଶିକ୍ଷା ଚେତନା ଅଭିଯାନ-୨୦୨୫ ଅନୁଷ୍ଠିତ l

ଥୁଆମୂଳ ରାମପୁର,୧୨/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ସଦର ସ୍ଥିତ ସ୍ଥାନୀୟ ମା ମାଣିକେଶ୍ୱରୀ ପ.ସ.ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ ଅର୍ଗାନାଇ ଜେସନ ତରଫରୁ ୧୨୦ତମ ଶିକ୍ଷା ଚେତନା ଅଭିଯାନ-୨୦୨୫ ମଙ୍ଗଳବାର ଆୟୋଜିତ ହୋଇଯାଇଛି ।ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତି,ଓଡ଼ିଆ ଭାଷା ସାହିତ୍ୟ, ବିଜ୍ଞାନ, ପୁରାଣ, ତିଥି, ଦିବସ, ଇତିହାସ ଓ ବିବିଧ ପ୍ରସଙ୍ଗରେ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ବିଶିଷ୍ଟ ନିମନ୍ତ୍ରିତ ଅତିଥି ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ର ଅଧିକାରୀ ଶମ୍ଭୁନାଥ ସ୍ବାଇଁ, ଶ୍ରୀ ଲଳିତ କୁମାର ବିଶି, ଉପେନ୍ଦ୍ର ନାଏକ, ସଞ୍ଜୀବ କୁମାର ଠାକୁର ,ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏଥିରେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଉଦ୍ଧବ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ସରୋଜ କୁମାର ପତ୍ତଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ସମ୍ପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଅଧ୍ୟାପକ ବବୃ ବାହନ ବୁଦ୍ଧିଆ ଓ ଗଣକ ଭାବରେ ବନବିହାରି ପରିଡ଼ା ଯୋଗ ଦେଇଥିଲେ। ଏଥିରେ ଇନ୍ଦ୍ରବନ ଦଳ ପ୍ରଥମ ହୋଇଥିବା ବେଳେ କଳାହାଣ୍ଡି ଦଳ ଦ୍ଵିତୀୟ ହୋଇଥିଲେ। ବିଜେତା ମାନଙ୍କୁ ଟ୍ରଫି ଓ ପୁସ୍ତକ ଦେଇ ସମ୍ମାନୀତ କରାଯାଇଥିଲା। ଚାରିଟି ଗ୍ରୁପରେ ବିଭକ୍ତ ଏହି ପ୍ପ୍ରଶ୍ନମଞ୍ଚରେ ପ୍ରତ୍ୟୁଷା ମିଶ୍ର, ମାଧୁରୀ ନାଏକ, ରାଜକିଶୋର ନାଏକ, ଜୟନ୍ତୀ ଗୌଡ଼, ରଶ୍ମିତା ନାଏକ, ମୁରଲୀ ରାଉତ, ମୋହନ ମାଝୀ, ଦୀପକ ମାଝୀ, ପ୍ରାଞ୍ଜଳ ପାଣିଗ୍ରାହୀ, ମାଧବୀ ନାଏକ, ଜୟନ୍ତୀ ମାଝୀ, ଜୟନ୍ତୀ ଗୌଡ଼ ଙ୍କୁ ପୁରସ୍କୃତ କରାଯାଇଥିଲା।