ଓଏଭି ଶିକ୍ଷକ – କର୍ମଚାରୀଙ୍କ ନ୍ୟାୟ ସଂଗତ ଦାବୀ ଏବଂ ସମସ୍ୟାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଧାରଣ l
ଥୁଆମୂଳ ରାମପୁର,୨୬/୧୧-(ଦୁର୍ଗା କୀର୍ତ୍ତି):- ସାରା ଓଡ଼ିଶାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ – କର୍ମଚାରୀ ମାନଙ୍କ ନ୍ୟାୟ ସଂଗତ ଦାବୀ ଏବଂ ଦୀର୍ଘ ଦିନ ଧରି ଅପେଖିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଗତ ୨୪ ତାରିଖ ଠାରୁ ରାଜ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୧୩ ଗୋଟି ଏଜେଣ୍ଡା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ – କର୍ମଚାରୀ ମାନେ ମଧ୍ୟ ବୁଧବାର ସନ୍ଧ୍ୟା ୪ ଟା ବେଳେ ଶାନ୍ତିପୂର୍ଣ୍ଣ ଭାବରେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ବସି ଧାରଣା ଦେଇଥିବା ଦେଖିବାକୁ ମିଳିଛି l

ଯେମିତିକି ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କୁ ସରକାରୀ ମାନ୍ଯତା ଦେବା, ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ଯାଡର ମାନ୍ଯତା, ସମାନ କାମକୁ ସମାନ ଦରମା – ପିଆଇଟି, ମ୍ଯୁଜିକ ଓ କମ୍ପୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦୦ ଗ୍ରେଡ ପେ ପ୍ରଦାନ, ପ୍ରତ୍ୟେକ ଓଏଭିରେ ଗୋଟିଏ ପିଜିଟ ଓଡ଼ିଆ ପଦବୀ ସୃଷ୍ଟି, ପ୍ରତ୍ୟେକ ଓଏଭିରେ ଆର୍ଟଷ୍ଟ୍ରେମ ଖୋଲା ଯାଉ, ପ୍ରତ୍ୟେକ ଓଏଭିରେ ହିନ୍ଦୀ ଓ ସଂସ୍କୃତର ପାଇଁ ପିଜିଟ ପଦବୀ ସୃଷ୍ଟି କରାଯାଉ, ଆର୍ଟ ଟିଚର ପୋଷ୍ଟକୁ ଟିଜିଟି ଆର୍ଟ ମାନ୍ଯତା ଦେବା, ପ୍ରିନ୍ସିପାଲମାନଙ୍କର ଗ୍ରେଟ ପେ ସମସ୍ୟା ପ୍ରତି ତତ୍କାଳ ଧ୍ଯାନ ଦେବା, ଓଏଭି କର୍ମଚାରୀ ମାନଙ୍କ ସନ୍ତାନ ସନ୍ତତି ମାନଙ୍କ ପାଇଁ ଭର୍ତ୍ତି ସମୟରେ ବିଶେଷ ସ୍ଥାନ ସଂରକ୍ଷଣ, ଓଏଭିର କ୍ଳର୍କ କର୍ମଚାରୀମାନଙ୍କୁ ନିୟମିତ କରାଯାଉ, ଓଏଭି ଛାତ୍ରଛାତ୍ରୀ ମାନଙ୍କୁ ଏନଇଇଟି ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ ଦେବା, ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନଏମଏମଏସ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ଯରତ ଶିକ୍ଷକଙ୍କର ପୂର୍ବସେବା ଅବଧିକୁ ବର୍ତ୍ତମାନ ସେବା ମର୍ଜ କରିବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟରେ ଟିଜିଟି ଭାବେ କାମ କରି ପୁନର୍ବାର ଟିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ମାନଙ୍କୁ ଚାକିରି ଓ ଦରମା ରେ ସୁରକ୍ଷା ପ୍ରଦାନ, ଓଏଭି ରେ ପି.ଏମ ସ୍କୁଲ ଯୋଡିବା, ଅଧକ୍ଷ ମାନଙ୍କର ପ୍ରମୋସନ୍ କୁ ଗୁରୁତ୍ୱ ଦେବା ଆଦି ଦାବୀ ନେଇ ଧାରଣାରେ ବସିଥିବା ବେଳେ ଏହି ସମସ୍ତ ଦାବୀ ହେଉଛି ଶିକ୍ଷାର ଗୁଣବତ୍ତା, କର୍ମଚାରୀଙ୍କ ନ୍ୟାୟ ଓ ଓଏଭି ପରିବାର ର ସମଗ୍ର ଉନ୍ନତୀ ପାଇଁ ଅତ୍ୟାବଶ୍ୟକ l ରାଜ୍ୟ ସରକାର ଶୀଘ୍ର ପ୍ର ୟୋ ଜନୀୟ କ୍ଷେତ୍ରରେ ସ୍ଵୀକୃତ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ୍ ଆମେ ଆଗାମୀ ଡ଼ିସେମ୍ବର ୮ତାରିଖରେ ଭୁବନେଶ୍ୱର ଯାଇ ଧାରଣାରେ ବସିବୁ ଚେତାବନୀ ସହ ଆହ୍ବାନ ଦେଇଥିବା ଜଣାପଡିଛି l ଏହି ଧାରଣାରେ ଟିଜିଟି ଏସ.ଏସ.ଟି ପ୍ରଦୀପ କୁମାର, ଶିକ୍ଷକ ବିଶ୍ଵନାଥ ହେମ୍ବ୍ରମ, ଆଲୋକ କୁମାର ମହାନ୍ତ, ସଂଗୀତା ଧୁରୁଆ, ସଞ୍ଜୀବ ଭୁଏ, ଲିପିଶ୍ରୀ ବାରିକ, କ୍ଳରଜ୍ ଲଳିତ କୁମାର ନାଏକ, ରଞ୍ଜିତ ସାହୁ, ହିମାଦ୍ରି କୁମାର ନାଏକ, ନଗେଶ କରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ l