ଓଟିଟିରେ ରିଲିଜ୍‌ ହେବ ଶାହାରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂସ୍‌’

ଡାର୍କ କମେଡି ଫିଲ୍ମ ଡାର୍ଲିଂସ୍‌କୁ ଓଟିଟିରେ ରିଲିଜ୍‌ କରାଯିବ। ଏହି ଫିଲ୍ମର ଷ୍ଟ୍ରିମିଂ ରାଇଟ୍ସକୁ ନେଟ୍‌ଫ୍ଲିକ୍ସ ୮୦ କୋଟିରେ କିଣିଛି। ଫିଲ୍ମରେ ଉଭୟ ଆଲିଆ ଭଟ୍ଟ ଓ ଶାହାରୁଖ ଖାନ୍‌ ପ୍ରଯୋଜନା କରୁଛନ୍ତି। ଡାର୍ଲିଂସ୍‌ରେ ଆଲିଆ ଭଟ୍ଟ, ଶେଫାଲୀ ଶାହ, ବିଜୟ ବର୍ମା ଓ ରୋଶନ ମେଥ୍ୟୁ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଜୟମୀତ କେ ରିନ୍‌। ମା’-ଝିଅଙ୍କ ସମ୍ପର୍କକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଏଥିରେ ଆଲିଆ ଭଟ୍ଟ ଝିଅ ହୋଇଥିବା ବେଳେ ଶେଫାଲୀ ଶାହ ମା’ ଭୂମିକାରେ ଅଭିନୟ କରୁଛନ୍ତି।

ତେବେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମକୁ ରିଲିଜ୍‌ କରିବାକୁ ଏକ ପ୍ରକାରର ପ୍ରତିଯୋଗିତା ଚାଲିଛି। ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ବି ଓଟିଟି ପ୍ଲାଟଫର୍ମ ରାଜି ହୋଇଯାଉଛନ୍ତି।

ପ୍ରକାଶ ଯେ ଆଲିଆ ଭଟ୍ଟଙ୍କ ହାତରେ ଏବେ ଏକାଧିକ ଫିଲ୍ମ ରହିଛି। ତାଙ୍କ ଅପକମିଂ ପ୍ରୋଜେକ୍ଟ ମଧ୍ୟରେ ଗଙ୍ଗୁବାଇ କାଠିୟାବାଡ଼ି ଅଛି। ଏହା ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି। ଏହା ପରେ ତାଙ୍କ ଫିଲ୍ମ ଆରଆରଆର ରିଲିଜ୍‌ ହେବ। ତା’ ପରେ ରକି ଓ ରାନୀ କି ପ୍ରେମ୍‌ କାହାନୀ ବି ରିଲିଜ୍‌ ଅପେକ୍ଷାରେ ରହିଛି। ତା’ପରେ ତାଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ବେଜୁ ବାବରାରେ ବି ଦେଖିବାକୁ ମିଳିବ। ଏଥିରେ ଲିଡ୍‌ରେ ନଜର ଆସିବେ ରଣବୀର ସିଂହ।