ଓଡ଼ିଆ ସିନେମାକୁ ନବେ ବର୍ଷ,ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି।
ଓଡ଼ିଆ ସିନେମାକୁ ନବେ ବର୍ଷ ।ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା ୮୮ବର୍ଷରେ ବି ଆଜି ଓଡ଼ିଆ ଚଳଚ୍ଚିତ୍ରକୁ ଅନେକ ପ୍ରଶ୍ନ ଘେରି ରହିଛି। ନିମ୍ନମାନର ଚଳଚ୍ଚିତ୍ର, ବିଷୟବସ୍ତୁ, କପି ଆଦିର ଅପବାଦରୁ ଧୀରେ ଧୀରେ ପୁନଃ ମୁଣ୍ଡ ଟେକୁଛି ଚଳଚ୍ଚିତ୍ର ଜଗତ। ସମ୍ପ୍ରତି ଯୁବ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ସିନେମା। ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ପ୍ରେକ୍ଷାଳୟରୁ ଟଙ୍କା ପାଉନାହାନ୍ତି। ପ୍ରାପ୍ୟ ପାଇବାକୁ ବେଳେବେଳେ ବର୍ଷ ବର୍ଷ ବିତି ଯାଉଛି।୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ମାଟିରେ ଲକ୍ଷ୍ମୀ ଟକିଜ୍ ସିନେମା ହଲ୍ରେ ‘ସୀତା ବିବାହ’ ମୁକ୍ତିଲାଭ କଲା। ସେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପାଲଟିଗଲେ। ଅଥଚ ଏହାର ପ୍ରିଣ୍ଟ ମଧ୍ୟ ସଂରକ୍ଷିତ ରଖାଯାଇପାରିଲା ନାହିଁ। ଯେଉଁ ଲକ୍ଷ୍ମୀ ଟକିଜ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ସେ ପ୍ରେକ୍ଷାଳୟ ବି କାଳର କରାଳ ଗତିରେ ମୁହଁ ମାଡ଼ି ପଡ଼ିବା ପରେ କେହି ହାତ ବଢ଼େଇ ଉଠାଇବାକୁ ଆଗେଇ ଆସିଲେ ନାହିଁ। ସୀତା ବିବାହ’ ଚଳଚ୍ଚିତ୍ର ୧୨ ରିଲ୍ ବିଶିଷ୍ଟ ଥିଲା। ଏଥିପାଇଁ ମୋଟ ୨୯ ହଜାର ୭୮୧ ଟଙ୍କା ଦଶ ଅଣା ଖର୍ଚ୍ଚ ହୋଇଥିଲା।