କରୋନାରେ ସଂକ୍ରମିତ ହେଲେ ଜୟା ବଚ୍ଚନ

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ବଲିଉଡ ଜଗତରେ ଏହାର ପ୍ରଭାବ ଅତ୍ୟଧିକ ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀ ଶବାନା ଆଜମୀ କରୋନା ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଜୟା ବଚ୍ଚନଙ୍କୁ ମଧ୍ୟ କରୋନା ହୋଇଛି। ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ହେବା ପରେ ‘ରକି ଅର ରାନୀ କି ପ୍ରେମ କହାନି’ ଫିଲ୍ମର ସୁଟିଂକୁ ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ, କିଛି ଦିନ ବ୍ୟବଧାନରେ ଶବାନା ଆଜମୀ ଏବଂ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ୍ ହୋଇଛି। ଏହି କାରଣରୁ କରଣ ଜୋହର ଫିଲ୍ମର ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ରକି ଅର ରାନୀ କି ପ୍ରେମ କାହାନି’ର ସୁଟିଂ ଫେବୃଆରୀ ୨ ରେ ଆରମ୍ଭ ହୋଇଥିଲା ଏବଂ ଏହି ସିଡ୍ୟୁଲକୁ ଫେବୃଆରୀ ୧୪ ରେ ଶେଷ କରିବାର ଥିଲା। ବର୍ତ୍ତମାନ ସୁଟିଂ ବନ୍ଦ କରାଯାଇଛି।