କାହିଁକି ଠୋଠୋ ହୋଇ ହସିଲେ ରାଜ୍ୟସଭା ସଭାପତି ?

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଥିଲେ। ସଂସଦରେ କହିଥିଲେ, ‘ମୁଁ ଜୟା ଅମିତାଭ ବଚ୍ଚନ, ମୁଁ ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଠୋଠୋ ହୋଇ ହସିଥିଲେ। ଏହି କାରଣ ରହିଛି ବଡ଼ ମଜାଦାର…ନିକଟରେ ରାଜ୍ୟ ସଭାର ଉପସଭାତି ହରିବଂଶ ଏମପିକୁ ଜୟା ଅମିତାଭ ବଚ୍ଚନ ବୋଲି ଡାକିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏମପି ଜୟା ବଚ୍ଚନ ସେ ସମୟରେ ରାଗିଯାଇଥିଲେ। ରାଗିଯାଇ ସେ କହିଥିଲେ, ମୋ ନାଁ ଜୟା ବଚ୍ଚନ। ଆପଣ ଏହି ନାମରେ ମଧ୍ୟ ଡାକି ପାରିବେ। ଯାହାକୁ ଶୁଣି ହରିବଂଶ କହିଥିଲେ, ଏଠାରେ ଆପଣଙ୍କ ନାମ ‘ଜୟା ଅମିତାଭ ବଚ୍ଚନ’ ଲେଖାଯାଇଛି। ସେଥିପାଇଁ ମୁଁ ଏହାକୁ ଉଲ୍ଲେଖ କରିଛି।’

ଯାହାପରେ ଜୟା ପ୍ରଶ୍ନ ଉଠାଇଥିଲେ କି, ସବୁ ସ୍ତ୍ରୀ କାହିଁକି ତାଙ୍କ ସ୍ବାମୀଙ୍କ ପରିଚୟରେ ପରିଚିତ ହେବେ। ସେମାନଙ୍କର ବି ସ୍ବାଭିମାନ ଅଛି।ଶୁକ୍ରବାର ସଂସଦରେ ଯେତେବେଳେ ସାଂସଦ ‘ମୁଁ ଜୟା ଅମିତାଭ ବଚ୍ଚନ, ମୁଁ ଆପଣଙ୍କୁ ପଚାରୁଛି..ବୋଲି କହିଥିଲେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଠୋଠୋ ହୋଇ ହସିଥିଲେ। ଠୋଠୋ ହୋଇ ହସିବା ପରେ ରାଜ୍ୟସଭାରେ ସଭାପତି ଜଗଦୀପ ଧନଖଡ କହିଥିଲେ, ‘ମୁଁ ଆପଣଙ୍କର ଓ ଅମିତାଭ ଉଭୟଙ୍କ ଫ୍ୟାନ।’