କାହିଁକି ପାଳନ କରାଯାଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ?

ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ । ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍‌ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା ।ସାମ୍ବାଦିକ ଏବଂ ଗଣମାଧ୍ୟମ ହେଉଛନ୍ତି ସେହି ସେତୁ, ଯିଏ ଜନସାଧାରଣଙ୍କୁ ସତ୍ୟ ସହିତ ଯୋଡ଼ିଥାଏ। ଏହି ଦିବସ ସେହି ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାର ଏକ ଅବସର, ଯେଉଁମାନେ ଯେତେ ବି କଷ୍ଟ ସହିବାକୁ ପଡ଼ୁନା କାହିଁକି ସଚ୍ଚୋଟତା ଏବଂ ନିର୍ଭୀକତାର ସହିତ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି।ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ । ସାମ୍ବାଦିକତା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ । ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ୍‌ ସ୍ୱାଧୀନତା ଉପରେ ବକ୍ତୃତା, ନିବନ୍ଧ ଓ କ୍ୱିଜ୍‌ ପ୍ରତିଯୋଗିତା ଆୟୋଜିତ ହୁଏ । ଲୋକଙ୍କୁ ବାକ୍‌ ସ୍ୱାଧୀନତା ସମ୍ପର୍କରେ ବୁଝାଯାଏ ।

Ad 13