କେବେ ସମ୍ପୂର୍ଣ ହେବ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ।ମନ୍ଥର ଗତିରେ ଏହି ପ୍ରକଳ୍ପ ଉତ୍କଟ ହେଉଛି ଜଳ ସମସ୍ୟା।

ଥୁଆମୂଳ ରାମପୁର ୦୩/୦୨(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜ଼ିଲ୍ଲା ର ସବୁଠୁ ପଛୁଆ ବ୍ଲକ ଭାବରେ ପରିଚିତ ଆଦିବାସୀ ଅଧ୍ୟୁଷିତ ଅଂଚଳ ଥୁଆମୂଳ ରାମପୁର ବ୍ଲକ ୨୪ଗୋଟି ଗ୍ରାମ ପଂଚାୟତକୁ ନେଇ ଗଠିତ ଏହି ବ୍ଲକ l ବ୍ଲକ୍ ରେ ଅନେକ ସମସ୍ୟା ରହିଛି ତାହା ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ ଅନ୍ୟତମ l ବିଶୁଦ୍ଧ ପାନୀୟଜଳ ସକାଶେ ବିଗତ ସରକାର ଙ୍କ ବୃହତ ପ୍ରକଳ୍ପ ରୁ ପ୍ରତେକ ଗ୍ରାମର ପ୍ରତେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ ରଖି ବିପୁଳ ଅର୍ଥ ବିନିମୟ ରେ ହେଉଥିବା ଏହି ପ୍ରକଳ୍ପ ର ସ୍ଥାୟିତ୍ୱ ଉପରେ ଏବେଠୁ ଅନେକ ପ୍ରଶ୍ନ ଉଠୁଛି। ୨୦୨୨ନଭେମ୍ବର ରୁ ଆରମ୍ଭ ହୋଇଛି ମେଘା ଇଞ୍ଜିନିଅରିଙ୍ଗ ଲିମିଟେଡ଼ ନାମକ ଏକ ହାଇଦ୍ରାବାଦି କମ୍ପାନୀ ଏହି କାମ କୁ ହାତେଇଛି ବ୍ଲକ ର ଗୋପୀନାଥପୁର ଗ୍ରାମ ପଂଚାୟତ ଅଧିନସ୍ଥ କମଳାଗୁଡା ଗ୍ରାମ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଜଳ ଉଠେଇ ଅଡ୍ରି ଗ୍ରାମର କଲୋନୀ ପଡା ରେ ପ୍ରାୟ ସାତ ଏକର ସରକାରୀ ଜମିରେ ନିର୍ମାଣ ହେଉଛି ଏହି ଯୋଜନା ।

ପ୍ରକଳ୍ପ ରୁ ବ୍ଲକ ର ୧୪ଗୋଟି ଗ୍ରାମ ପଂଚାୟତ ର ୧୦୦ରୁ ଉର୍ଦ୍ଧ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ର ବ୍ୟବସ୍ଥା ଅଛି ଅଡ୍ରି ସମେତ ମାଲିଗାଁ, ଗୋପୀନାଥପୁର, ଡ଼ୁମେରପଦର, ତାଳଝାପି, ବାଗଡିଆଣି, ବଡ଼ଛତ୍ରଙ୍ଗ, ମହୁଲପାଟଣା, ଥୁଆମୂଳ ରାମପୁର, ଗୋପାଳପୁର, ସିନ୍ଧିପଦର, ଥୁଆମୂଳ, କାଣୀଗୁମା ଏବଂ ଗୁଣୁପୁର କୁ ୧୦୫କୋଟି ୨୪ ଲକ୍ଷ୍ୟ ଟଙ୍କା ଅଟକଳ ରେ ମେଗା ପାନୀୟ ଜଳ ପ୍ରକଳ୍ପ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ଇମିଡ଼ିଏଟ ବୁଷ୍ଟର ପମ୍ପ ହାଉସ ବ୍ୟବସ୍ଥା ଅଛି। ଦୁଃଖ ଓ ପରିତାପର ବିଷୟ ପ୍ରକଳ୍ପ ନିର୍ମାଣ ର ତିନି ବର୍ଷ ବିତିଯାଇ ଗତ ନଭେମ୍ବର ମାସ ରେ ଅବଧି ଶେଷ ହୋଇଥିବା ଟେଣ୍ଡର ରେ ଚୁକ୍ତି ହୋଇଥିବା ସୂଚନା ମିଳିଛି l ଅଥଚ କେବଳ ୩୦%କାମ ଶେଷହୋଇଥିବା ଦୁର୍ଭାଗ୍ୟ ର ବିଷୟ l ପ୍ରକାଶ ଥାଉକି ନିମ୍ନ ମାନର କାମ ସହ ପେଟି ଭାବେ ଠିକା ଦେଇ କାନରେ କପା ଦେଇ ବସିଛି ଠିକା ସଂସ୍ଥା l ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ଅଂଚଳ ବାସି ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ l ଏମିତି କି ବିଭାଗୀୟ ସହକାରୀ ଯନ୍ତ୍ରିଙ୍କ ଆଦେଶକୁ ମଧ୍ୟ ଠିକା ସଂସ୍ଥା ମାନୁ ନ ଥିବା ଅସହାୟ ମଣୁଛନ୍ତି ଖୋଦ ସହକାରୀ ଯନ୍ତ୍ରି ମନ୍ମଥ ମୁର୍ମୁ l ଆଗକୁ ଗ୍ରୀଷ୍ମ ଋତୁ ମାଡି ଆସୁଥିବା ବେଳେ ଠିକା ସଂସ୍ଥା ମନ ମୁତାବକ କାର୍ଯ୍ୟ କରୁଥିବା ହେତୁ ଅଞ୍ଚଳ ବାସି କ୍ଷୁବ୍ଦ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା ରେ ନିର୍ମିତ ପ୍ରକଳ୍ପ ର ଏହି ଭଳି ଅବସ୍ଥା କୁ ବିଭିନ୍ନ ମହଲରେ ନିନ୍ଦା ହେଉଥିବା ବେଳେ ଏହାର ସ୍ଥାଇତ୍ୟ କୁ ନେଇ ପ୍ରଶ୍ନ ଉଠୁଛି l ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୂର୍ମୁଙ୍କୁ ପଚାରିବାରୁ ଏହି ମେଘା ଇଞ୍ଜିନିଅରିଙ୍ଗ ଲିମିଟେଡ଼ ନାମକ ଟେଣ୍ଡର ପାଇଥିବା କମ୍ପାନୀ ବାହାର ରାଜ୍ୟ ହାଇଦ୍ରାବାଦର ଏବଂ ସେ ଏମିତି ଅନେକ କାମ ହାତକୁ ନେଇଛି ଓ ଆମ ବ୍ଲକ୍ ର କାମକୁ ଅବହେଳା କରୁଛି l ଜିଲ୍ଲାସ୍ତରୀୟ ବୈଠକରେ ଜିଲ୍ଲାପାଳ ମଧ୍ୟ ଅନେକଥର କାମ ସେଶକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଟେଣ୍ଡର ପାଇଥିବା କମ୍ପାନୀ ବେଖାତିର କରି ମନଇଚ୍ଛା କାମ କରୁଛି ବୋଲି କହିଛନ୍ତି l ପ୍ରକଳ୍ପ କେବେ ସରିବ କେବେ ଲୋକେ ଟୋପାଏ ପାଣି ପାଇବେ ତାହା ଅନିଶ୍ଚିତା ଭିତରେ ରହିଛି। ତେଣୁ ଠିକା ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ସହ ଯଥା ସମ୍ଭବ ପ୍ରକଳ୍ପ ଶେଷ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।