କୋଷାବରା ହେଲାପ୍ୟାଣ୍ଟ୍ ପଡ଼ା ଠାରେ ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କ ଶେଷ ଝାମୁଯାତ୍ରା ପାଳିତ l
ଥୁଆମୂଳ ରାମପୁର : ୨୯l୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କୋଷାବରା ଗ୍ରାମର ହେଲୋ ପ୍ୟାଣ୍ଟ୍ ପଡ଼ା ଠାରେ ସମ୍ପୂର୍ଣ୍ଣ ହୋଇଯାଇଛି ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା ବା ଶେଷ ଦଶହରା ପର୍ବ l ଏହି ପୀଠରେ ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କୁ ପୂଜାର୍ଚ୍ଚନା କରାଯାଉ ଥିବା ବେଳେ ପ୍ରତିବର୍ଷ ଏଠାକୁ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ଚଳିତ ବର୍ଷ ମଧ୍ୟ କୋଷାବରା ଗ୍ରାମବାସୀ ତଥା ପୂଜା କମିଟିଙ୍କ ମିଳିତ ସହଯୋଗ ରେ ବେଶ୍ ଧୁମଧାମରେ ପାଳନ କରିଥିଲେ ଏହି ଶେଷ ଦଶହରା ପର୍ବ ବା ଦୀପାବଳୀ ପର୍ବ ର ଶେଷ ପର୍ଯ୍ୟାୟର ଅନ୍ତିମ ଉତ୍ସବ l

ପ୍ରଥମ ଦିବସ ରେ ମାଙ୍କ ଆରାଧନା ପୂର୍ବକ ମୂର୍ତ୍ତି ସ୍ଥାପନ କରିବା ପରେ ନିକଟସ୍ଥ ନାଳରୁ ଗଙ୍ଗା ଦେବୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ଆବାହନ କରି କଳସରେ ଜଳ ଭର୍ତ୍ତି କରି କୁଆଁରୀ କନ୍ୟା ଏବଂ ବୋହୂ ମାନେ ମୁଣ୍ଡରେ କଳସ ଧାରଣ କରି କଳସ ଯାତ୍ରାରେ ଗ୍ରାମ ପରିକ୍ରମା ପୂର୍ବକ ଶୋଭାଯାତ୍ରା ସହ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ମନ୍ଦିରରେ ସ୍ଥାପନ କରିଥିଲେ l ଏବଂ ସନ୍ଧ୍ୟା ସମୟରେ ରୀତିନୀତି ଅନୁସାରେ ଖଣ୍ଡାବସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ମାଁ ମାଣିକେଶ୍ଵରୀ ଙ୍କ ଆଜ୍ଞାମାଳ ଆଣିବା ପରେ ହେଲୋ ପ୍ୟାଣ୍ଟ୍ ସ୍ଥିତ ରାଜା ରାଣୀ ଦେବୀଙ୍କୁ ବରଣ କରି ମଧ୍ୟାହ୍ନରେ ଅଗ୍ନି ଖଳାରେ ଥିବା କାଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଅଗ୍ନି ସଂଯୋଗ କରାଯାଇଥିଲା l ପରେ ପରେ ବାବା ପାତର ବୁଡ଼ାଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା ପୂର୍ବକ ବରଣ କରିଥିଲେ l ସନ୍ଧ୍ୟା ସମୟରେ ଗ୍ରାମର ଅଗ୍ନି ଭୈରବ ଦେବଙ୍କ କାଳୀଶି ଗୋବିନ୍ଦ ଧଙ୍ଗଡା ମାଝୀ ଓ ମାଁ ଡୋକରୀ ଦେବୀଙ୍କ କାଳୀଶି ସୁଦର୍ଶନ ନାଏକଙ୍କ ଦେହରେ କାଳୀଶି ଲଗିହେବା ପରେ ଭୈରବ ଦେବ ଗ୍ରାମ ପରିକ୍ରମା କରିଥିଲେ l ଏହାପରେ ପାଣି ମାଟିଆ କଣ୍ଟା ଗାଦିଆ ବସା ଓ କଣ୍ଟା ଦୋଳି ଝୁଲା ଉତ୍ସବ ଅନୁଷ୍ଠିତ ହେବା ପରେ ହୁତୁ ହୂତୁ ହୋଇ ଜଳୁଥିବା ନିଆଁରେ ଭୈରବ ଦେବଙ୍କ କାଳୀଶିଙ୍କ ସମେତ ଗ୍ରାମର ଅନେକ କାଳୀଶି ଅଗ୍ନିରେ ପରୀକ୍ଷା ପୂର୍ବକ ପରମ୍ପରା ଅନୁଯାୟୀ ଚାଲି ନିଜ ଦୈବିକ ଶକ୍ତିର ପରିଚୟ ଦେଇଥିଲେ l ଏହି ଯାତ୍ରା ମାଁ ଡୋକରୀ ଦେବୀ ପୂଜା କମିଟି ର ସଦସ୍ୟ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଯାଇଛି ଏହି ପର୍ବ l