ଘରର ଏହି ଦିଗରେ ମା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ,ଧନ ସମ୍ପତି ଏବଂ ସୌଭାଗ୍ୟର ବର୍ଷା ହେବ 

ଘରର ଠାକୁରଙ୍କ ଘରେ ମା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ମାଙ୍କ ପ୍ରତିମାଙ୍କୁ ଉତର-ପୂର୍ବ ଦିଗରେ ରଖନ୍ତୁ । ଏହାସହ ନିୟମିତ ପୂଜା କରି ମାଙ୍କ ପାଖରେ କିଛି ଖାଦ୍ୟ ଭୋଗ ଲଗାନ୍ତୁ । ଏହା ଦ୍ୱାରା ଘର ସୁଖସମୃଦ୍ଧି, ଧନସମ୍ପଦ, ସୌଭାଗ୍ୟରେ ସର୍ବଦା ପୂର୍ଣ୍ଣ ରହିବ ।  ବାସ୍ତୁ ଅନୁଯାୟୀ, ମାତା ଅନ୍ନପୂର୍ଣ୍ଣା ଘରର ରୋଷେଇ ଘରେ ବାସ କରନ୍ତି।

ସେଥିପାଇଁ ଆପଣ ନିଜ ଘରର ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିପାରିବେ ।  ଯଦି ଏହି ଦିଗରେ ପ୍ରତିମା ରଖିବା ସମ୍ଭବ ନହେଉଛି, ତେବେ ଆପଣ ପଶ୍ଚିମ ଦିଗରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ଖାଦ୍ୟର ଅଭାବ କେବେ ହେବ ନାହିଁ ।ମା ଲକ୍ଷ୍ମୀଙ୍କ ଫଟୋ ଯଦି ଆପଣ ଘରେ ଲଗାଉଛନ୍ତି ତେବେ ପୂର୍ବ-ଦକ୍ଷିଣ ଦିଗରେ ହିଁ ଲଗାଇବେ ।

ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଦିନ୍ଦୁ ଧର୍ମ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହି ଦିଗକୁ ଅଗ୍ନି କୋଣର ମଧ୍ୟ ଭାଗ ବୋଲି କୁହାଯାଇଥାଏ । ପୂର୍ବ-ଦକ୍ଷିଣ ଦିଗରେ ଦେବାଦେବୀ ବାସ କରନ୍ତି । ତେବେ ଏହି ଦିଗରେ ମା ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାସହ ଘରେ ଚାଲିଥିବା ଧନ ସମ୍ବନ୍ଧ୍ୱୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Ad 13