ଚାଷୀଙ୍କ ପାଇଁ ଖୁସି ଖବର । ନଭେମ୍ବରରୁ ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା
ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା। ନଭେମ୍ବର ମାସରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ମୋହନ ମାଝି ଚାଷୀଙ୍କୁ ଏମଏସପିଠାରୁ ୮ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ । ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପରେ ଏବେ ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ସରକାର ଏ ନେଇ କୌଣସି ଔପଚାରିକ ଘୋଷଣା କରିନଥିଲେ ବି ବିଜେପି ଆଜି ଏ ନେଇ ସଙ୍କେତ ଦେଇଛି । ତେବେ ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟଣି-ଛଟଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀ ମାନଙ୍କ ଠାରୁ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ସଂଗ୍ରହ କରିବା ସହ ସେମାନଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯିବ ।