ଚାଷୀଙ୍କ ୨୦ତମ ପିଏମ-କିସାନ କିସ୍ତିକୁ ନେଇ ଆସିଲା ବଡ଼ ଖବର
ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ-କିସାନ) ଅଧୀନରେ ଚାଷୀମାନେ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇଥାନ୍ତି, ଯାହା ତିନୋଟି ୨,୦୦୦ ଟଙ୍କାର ସମାନ କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ଏପର୍ଯ୍ୟନ୍ତ ସରକାର ୧୯ଟି କିସ୍ତି ଜାରି କରିଛନ୍ତି, ଯାହାର ଶେଷ କିସ୍ତି (୧୯ତମ) ୨୦୨୫ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ପହଞ୍ଚିଛି। ଏବେ ଚାଷୀମାନେ ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଏକ ରିପୋର୍ଟ ଅନୁସାରେ, ୨୦୨୫ ଜୁନ ୨୦ ସୁଦ୍ଧା ଏହି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ।ତେବେ, ସରକାରଙ୍କ ପକ୍ଷରୁ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।