ଛୁରୀ ଓ ବନ୍ଧୁକ ଦେଖାଇ ଲୋକଙ୍କୁ ଲୁଟ ଉଦ୍ୟମ: ୩ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଅସ୍ତ୍ର ଶାସ୍ତ୍ର ଜବତ l

ଥୁଆମୂଳ ରାମପୁର, ୧୪/୦୬-(ଦୁର୍ଗା କୀର୍ତ୍ତି):- ଭବାନୀପାଟଣା – ଥୁଆମୂଳ ରାମପୁର ଭାୟା ଗୁଣୁପୁର – ସାଇଶୁରୁଣି ମୁଖ୍ୟ ରାସ୍ତା ରେ ଧାରୁଆ ଛୁରୀ ଓ ବନ୍ଧୁକ ଦେଖାଇ ଲୋକଙ୍କୁ ଲୁଟ ଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ ଥାନା ଅଞ୍ଚଳରେ l ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ୫.୩୦ରେ ପୁଲିଙ୍ଗପଦର ଗ୍ରାମର ରାମସିଂ ମାଝୀଙ୍କ ପୁଅ ପ୍ରବୀଣ ମାଝୀ (୨୩), ପବିତ୍ର ମାଝୀଙ୍କ ପୁଅ ଅକ୍ଷୟ ମାଝୀ (୨୦) ଏବଂ ଅମରସିଂ ମାଝୀଙ୍କ ପୁଅ ରୋହିତ ମାଝୀ (୧୯) ଏହି ୩ ଜଣ ମିଶି ପେରମଞ୍ଜି – ସାଇସୁରୁଣୀ ମଝି ହୁକାର ସିଲ ଜଙ୍ଗଲ ଘାଟି ରାସ୍ତା ରେ ସେ ରାସ୍ତା ଦେଇ ଯାଉଥିବା ଟ୍ରକ, ହାଇୱା, ବସ ଠାରୁ ଆମ୍ଭ କରି ଛୋଟ ବଡ଼ ଗାଡ଼ି ମାନଙ୍କୁ କିମ୍ବା ଏକୁଟିଆ ଯାଉଥିବା କୌଣସି ବାଇକ୍ ଆରୋହୀ ଙ୍କୁ ସେ ନିଛାଟିଆ ସ୍ଥାନରେ ଛୁରୀ ବନ୍ଧୁକ ଦେଖାଇ ତାଙ୍କ ସୁନା ଲୁଟ କରୁଥିଲେ l ଯିଏ ନ ଦେଲା ସେମାନଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରି ସବୁ ଲୁଟି ନେଉଥିଲେ l ଏଭଳି ଲୁଟ ର ଶିକାର ହୋଇଛନ୍ତି ଦାବରିଗୁଡ଼ା ଗ୍ରାମର କେଶରୀ ବାଗ ଏବଂ ସାଇସୁରୁଣି ଗ୍ରାମର ମୋହନ ରେଲି ଦୁହେଁ ଭବାନିପାଟଣା ଠାରୁ ସେ ରାସ୍ତା ଦେଇ ନିଜ ଘରକୁ ଆସୁଥିବା ବେଳେ ସେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ମରଣାନ୍ତର ଆକ୍ରମଣ କରିଥିଲେ l ଫଳରେ ମୋହନ ଙ୍କ ୪ଟି ଦାନ୍ତ ଭାଙ୍ଗିବା ସହ ତାଙ୍କ ଶରିରର ଅନେକ ସ୍ଥାନରେ ଛୁରୀ ମାଡ଼ କରିଥିଲେ ପରେ ପାଖ ଏକ ଡ୍ରେନ ରେ ଠେଲି ଦେଇଥିଲେ ଏବଂ କେଶରୀ ବାଗ ଙ୍କୁ ମଧ୍ୟ ମରଣାନ୍ତର ଆକ୍ରମଣ କରିଥିଲେ l ଏସଂପର୍କରେ ପାଖ ଗ୍ରାମ କିଛି ଲୋକ ଜାଣି ଉକ୍ତ ଲୁଟେରା ମାନଙ୍କୁ କବୁକରି କରିବା ସହ ପୋଲିସ କୁ ଖବର ଦେଇଥିଲେ l ହେଲେ ଠିକ୍ ସେତିକି ବେଳେ ୩ଜଣ ଲୁଟେରା ସେ ସ୍ଥାନରୁ ଫେରାର ମାରିଥିବା ବେଳେ ରକ୍ତାକ୍ତ ମୋହନ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଥିଲେ l ଏବଂ ପରବର୍ତ୍ତୀ ସମୟ ଅର୍ଥାତ୍ ଶୁକ୍ରବାର ଦିନ ଲୁଟ୍ ବା ଆକ୍ରମଣର ଶିକାର ହୋଇଥିବା କେଶରୀ ବାଗ କର୍ଲାପାଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ସେମାନଙ୍କ ଘରକୁ ଯାଇ ଗିରଫ କରିବା ସହ ତାଙ୍କ ଘରୁ ଏକ ଦେଶୀ ପିସ୍ତୁଲ୍ (ବନ୍ଧୁକ) ଜବତ କରିବା ସହ ୨ଟି ଛୁରୀ ଜବତ କରି କେସ ନଂ ୧୫/୨୫ ରେ ଭାରତୀୟ ନାଗରିକ ସୁରକ୍ଷା ସହିତା -୨୦୨୩ ର ସେକ୍ସନ ୩୮୩ ରେ ମାମଲା ରୁଜୁ କରି ସଂପୃକ୍ତ ୩ଜଣଙ୍କୁ ଶନିବାର ଡାକ୍ତରୀ ମଇନା ପରେ ଜେଏମଏଫସି କୋର୍ଟ ଥୁଆମୂଳ ରାମପୁର ଛୁଟି ଥିବାରୁ ମଜିଷ୍ଟେଟ ଙ୍କ ବାସ ଭବନରେ ହାଜର କରାଇ ଜିଲ୍ଲା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକା ଆମ ଧରିତ୍ରୀ କୁ ସୂଚନା ଦେଇଛନ୍ତି l ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକ୍ ରେ ୨ଟି ଥାନା ଏବଂ ଗୋଟିଏ ଫାଣ୍ଡି ଥାଇ ଥାଇ ବି କେମିତି ନିନାକୁ ଦିନ ଚୋରି ଡକାୟତି ସହ ଅସାମାଜିକ କମା ଯେମିତି କି ଗାଁ ଗାଁ ରେ ବେଆଇନ ମଦ କୋଠୀ ଖୋଲା ଯିବା ସହ ବେଆଇନ୍ ବନ୍ଧୁକ ସବୁ କେଉଁଠୁ ପାଇଛନ୍ତି ଏବଂ ପୋଲିସ ର ଅଜାଣତରେ କେମିତି ଏମାନେ ରଖୁଛନ୍ତି, ଏଦିଗରେ ପୋଲିସ ପ୍ରଶାସନ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ପାଟ୍ରୋଲିଂ ଜାରି ରହିଥିବା ଏବଂ ବ୍ଲକ୍ ର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତ୍ବ ଦେବାର ନିହାତି ଆବଶ୍ୟକ ରହିଛି ବୋଲି ବିଭିନ୍ନ ଆଇନଜୀବୀଙ୍କ ମଧ୍ୟ ରେ ଆଲୋଚନା ହେଉଛି l

Ad 13