ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ ବିକାଶ ସୂଚୀ (ପିଡିଟି) ଉପରେ ପାଞ୍ଚ ଦିନିଆ ସଚେତନ ଶିବିର I
ଥୁଆମୂଳ ରାମପୁର,୨୮/୦୨-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ ବିକାଶ ସୂଚୀ (ପିଡିଟି) ଉପରେ ପାଞ୍ଚ ଦିନିଆ ସଚେତନ ଶିବିର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ଅଧ୍ଯକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନ ଶିବିରରେ ଜିଆରଏସ, ପିଇଓ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସରପଞ୍ଚ, ସମିତି ସଭ୍ଯ, ସମିତି ସଭ୍ୟ ସେମେତ ଓଏଲଏମ ର ସିଆରପି ଅଂଶଗ୍ରହଣ କରିଥିଲେ।

ଏଥିରେ ତାଲିମ ଦାଦା ଭାବରେ ଅଞ୍ଜଳୀ ସିଂହ, ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ଯୋଗଦେଇ ଜାତୀୟ ପଞ୍ଚାୟତ ପୁରସ୍କାର,ଏବଂ ପଞ୍ଚାୟତ ବିକାଶ ସୂଚୀ, ଡିଜିଟାଲ ଜ୍ଞାନ, ସ୍ବୟଂ ସମ୍ପୂର୍ଣ୍ଣ ଅଧିକାର ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନତା ସୃଷ୍ଟି କରିବା ନେଇ ତାଲିମ ପ୍ରଦାନ କରିଥିଲେ। ଏହି ସଚେତନ ତାଲିମ ଶିବିରକୁ ଜିପିଓ ତ୍ରିଲୋଚନ ନାଏକ ପରିଚାଳନା କରିଥିବା ବେଳେ ବିଳାସ ନାଏକ, (ବିଏଲସି) ଜିଆରଏସ ଭୀମରାଜ ଝୋଡିଆ, ଓ ଜିଆରଏସ କବିତା ମାଝୀ ସହଯୋଗ କରିଥିଲେ।