ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଦୀର୍ଘ ୭୫ କି.ମି ମଶାଲ ଶୋଭାଯାତ୍ରା l

ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ପୀଠ ଠାରୁ ଭବାନୀପାଟଣା ଅଭିମୁଖେ ମଶାଲ ଶୋଭାଯାତ୍ରା l

ଥୁଆମୂଳ ରାମପୁର,୧୩/୦୧-(ଦୁର୍ଗା କୀର୍ତ୍ତି):- ୨୭ ତମ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ବିଭିନ୍ନ ବ୍ଲକ୍ ରୁ ନିଜ ନିଜ ଅଞ୍ଚଳର ଇଷ୍ଟଦେବୀ ଦେବତାଙ୍କ ଗୁଡ଼ି, ପୀଠ ବା ମନ୍ଦିର ମାନଙ୍କ ଠାରୁ ମଶାଲ ଶୋଭାଯାତ୍ରା ବାହାରି ଜିଲ୍ଲା ସ୍ତରୀୟ ଆୟୋଜିତ ଉତ୍ସବ ପଡିଆ ଅଭିମୁଖେ ଯାଉଥିବା ବେଳେ ସୋମବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ରେ ସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ତନ୍ତ୍ର ମନ୍ତ୍ର ର ଐତିହାସିକ ମୂଳ ପୀଠ ଠାରୁ ମଧ୍ୟ ଆଜି ସକାଳ ୧୧ଟା ରେ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ଦୀର୍ଘ ୭୫ କି.ମି ଦୂର ଭବାନୀପାଟଣା ଅଭିମୁଖେ ବହାରିସରିଛି l

ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନେହେରୁ ଯୁବ କେନ୍ଦ୍ର ଥୁଆମୂଳ ରାମପୁର ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ଥୁଆମୂଳ ରାମପୁର ଅଞ୍ଚଳବାସୀଙ୍କ ସମେତ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁ , ଜିଲ୍ଲା ସାଂସ୍କୃତିକ ପରିଷଦ ସଦସ୍ୟ ତଥା ଏମ.ଏମ.ପି.ଏସ କଲେଜ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ର ସଦସ୍ୟ ବିଳାସ ନାଏକ, ଲମ୍ବୋଦର ନାଏକ, ବିରଞ୍ଚି ନାଏକ, ଚନ୍ଦ୍ରହାସ୍ୟ ପତ୍ର, ହିତେଶ କୁମାର ନାଏକ, ଗଙ୍ଗା ନାଏକ, ବବୁଲ ଧଙ୍ଗଡା ମାଝୀ ଓ ସାମ୍ବାଦିକ ଦୁର୍ଗା କୀର୍ତ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଯୁବନୁଷ୍ଠାନ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ମାଁ ମାଣିକେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା ପୂର୍ବକ ମଶାଲ ଧରି ଭବାନୀପାଟଣା ଅଭିମୁଖେ ବାହାରି ଥିଲେ। ଏହି ଶୋଭାଯାତ୍ରା ମନ୍ଦିର ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବା ପରେ ଥୁଆମୂଳ ରାମପୁର ବିଡ଼ିଓ ଶ୍ରୀ ମୁଦୁଲି, କଲେଜ ଅଧକ୍ଷ ଶ୍ରୀ ମୁଣ୍ଡଛିନା ଏବଂ ପ୍ରଶାସନିକ ଅଧିକାରୀ ମଶାଲ ଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।