ଜୟପାଟଣା ଠାରେ ବାବା ସାହେବ ଡ଼ଃ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମଜୟନ୍ତୀ ପାଳିତ।
ଜୟପାଟଣା:ତା- ୧୪/୦୪ କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ସବୁ ବର୍ଷ ଭଳି ଏଥର ମଧ୍ୟ ମହାଆଡମ୍ବର ରେ ସମ୍ବିଧାନ ପ୍ରଣେତା ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି।ବଜାର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଳକ ଆମ୍ବେଦକର ଭବନ ପର୍ଯ୍ୟନ୍ତ ଆସିଥିଲା।ପରେ ସେଠାରେ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ କମଳିନୀ ଯାଦବ ରାଷ୍ଟ୍ରୀୟ ଯୁବା ଅଧ୍ୟକ୍ଷା, ବିଏମ୍ଏମ୍ ମହିଳା ପ୍ରକୋଷ୍ଠ ନୂଆଦିଲ୍ଲୀ, ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ଅବସରପ୍ରାପ୍ତ ଅବକାରୀ କମିଶନର ଗଙ୍ଗାଧର ମାଝୀ, ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରୂପଧର ନାଏକ,ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଓଏନଜିସି ସତ୍ୟବାନ ଶବର ,ଅବସରପ୍ରାପ୍ତ ଅଧ୍ୟକ୍ଷ,କୋକସରା ମହାବିଦ୍ୟାଳୟ ଗୋବର୍ଦ୍ଧନ ବାଗ, ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଶ୍ରବଣ କୁମାର ଗୁପ୍ତା ମଞ୍ଚାସିନ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି, ଲେଖକ ଓ ପୂର୍ବତନଭାରତ ସରକାରଙ୍କ ଡେପୁଟି କମିଶନର ଡ଼ଃ.ବାସୁଦେବ ସୁନାନୀ ଓ ବିଶେଷ ବକ୍ତା ଭାବରେ ବହୁଜନ ଛାତ୍ର ଯୁବମୋର୍ଚ୍ଚା ର ପ୍ରତିଷ୍ଠାତା ତଥା ରାଜ୍ୟ ସଂଯୋଜକ ଅନୀଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଫଳ କରିଥିଲେ।କାର୍ଯ୍ୟକ୍ରମରେ ଅଞ୍ଚଳର ସବୁ ବର୍ଗର ଅନେକ ଜନସାଧାରଣ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ଜୟପାଟଣା ବ୍ଳକ ସ୍ତରୀୟ ଅନୁଷ୍ଠାନ ର ସଭାପତି ଛାୟାକାନ୍ତ ବେଣୁପାଣି, ସମ୍ପାଦକ ଯୁଧିଷ୍ଠିର ସୁନା, କୋଷାଧ୍ୟକ୍ଷ ରୁଦ୍ର ପ୍ରସାଦ ପାଣିଗ୍ରାହୀ,ସୁଶୀଲ କୁମାର ନାଏକ,ବିଭୁତି ପାଣିଗ୍ରାହୀ ସମେତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।