ଟି-୨୦ ବିଶ୍ବକପ୍-୨୦୨୬ର ଚୂଡ଼ାନ୍ତ କ୍ରୀଡ଼ା ସୂଚୀ ଘୋଷଣା
ଟି-୨୦ ବିଶ୍ୱକପ୍ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି । ଫେବୃଆରୀ ୭ରୁ ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି । ତେବେ ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟ ହାଇଭୋଲଟେଜ୍ ମ୍ୟାଚ୍ ହେବ । ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ।ଏହା ସହିତ ଦୁଇଟି ସେମିଫାଇନାଲ ପାଇଁ ମଧ୍ୟ ସ୍ଥାନ ନିରୂପଣ କରାଯାଇଛି । ପ୍ରଥମ ସେମିଫାଇନାଲ୍ ଭାରତ ଓ ଦ୍ବିତୀୟ ସେମିଫାଇନାଲ ଶ୍ରୀଲଙ୍କାର କଲମ୍ବୋରେ ଖେଳା ଯିବ । ମାର୍ଚ୍ଚ ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ ଫାଇନାଲ୍ ମ୍ୟାଚ୍ । ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ।
୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତର କାର୍ଯ୍ୟସୂଚୀ
ଭାରତ ବନାମ ଆମେରିକା, ଫେବୃଆରୀ ୭, ମୁମ୍ବାଇ
ଭାରତ ବନାମ ନାମିବ୍ୟା, ଫେବୃଆରୀ ୧୨, ଦିଲ୍ଲୀ
ଭାରତ ବନାମ ପାକିସ୍ତାନ, ଫେବୃଆରୀ ୧୫, କଲମ୍ବୋ
ଭାରତ ବନାମ ନେଦରଲାଣ୍ଡ, ଫେବୃଆରୀ ୧୮, ଅହମ୍ମଦାବାଦ