ତାଲୁକ ଆଇନ ସେବା କମିଟି ପକ୍ଷରୁ ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମାଙ୍କନ ଉପରେ ସଚେତନତା କାର୍ଯ୍ୟକ୍ରମ l

ଥୁଆମୂଳ ରାମପୁର,୧୬/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ବଡ଼ଛତ୍ରଙ୍ଗ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା କମିଟି ଅଧକ୍ଷ ତଥା ଜେ.ଏମ.ଏଫ୍.ସି କୋର୍ଟ ର ବିଚାରକ ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ତତ୍ବାବଧାନରେ ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମାଙ୍କନ ଉପରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନିଜେ ତାଲୁକ ଆଇନ ସେବା କମିଟି ଅଧକ୍ଷ ତଥା ଜେ.ଏମ.ଏଫ୍.ସି କୋର୍ଟ ର ବିଚାରକ ଡ଼ଃ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମା ମାଣିକେଶ୍ୱରୀ ପ.ସ.ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନା, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ହେମନ୍ତ କୁମାର ପଣ୍ଡା, ଆଇନଜୀବୀ ମାନରଞ୍ଜନ ନାଏକ, ଆଇନଜୀବୀ ପ୍ରିୟଙ୍କା ନାଏକ, ଆଇନଜୀବୀ ଦିଲୀପ କୁମାର ନାଏକ, କର୍ତ୍ତବ୍ୟ ଅନୁଷ୍ଠାନର ସଂଯୋଜକ ସନ୍ତୋଷ କୁମାର ଦାସ, ସ୍ଥାନୀୟ ସି.ଆର୍.ସି.ସି ଜୟ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା କାର୍ଯ୍ୟକ୍ରମ କୁ କର୍ତ୍ତବ୍ୟ ଅନୁଷ୍ଠାନ ସଦସ୍ୟ ସୁଦର୍ଶନ ନାଏକ ପରିଚାଳନା କରିଥିଲେ l

ମଞ୍ଚାସୀନ ଅତିଥି ନିଜ ନିଜ ମନ୍ତବ୍ୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କେମିତି ଆଗାମୀ ଦିନରେ ନିୟମିତ ସ୍କୁଲ ଆସି ଶିକ୍ଷାର ଲାଭ ପାଇବା ସହ ଘରେ ରହିଯାଇଥିବା ଛାତ୍ର ଛାତ୍ରୀ ପୁନର୍ବାର କେମିତି ବିଦ୍ୟାଳୟ ଯାଇ ଜଣେ ଜଣେ ଶିକ୍ଷିତ ମଣିଷ ହୋଇ ସମାଜରେ ଜଣେ ଭଲ ମଣିଷ ହେବାକୁ ପଡ଼ିବ କାହିଁକି ନା ଶିକ୍ଷା ହିଁ ଜଣେ ମଣିଷର ମେରୁଦଣ୍ଡ ବୋଲି ସମସ୍ତ ଛାତ୍ର ଛାତ୍ରୀ, ଅତିଥି, ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ଭାବରେ ସଚେତନ ର ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜେଏମଏଫ କୋର୍ଟର କାର୍ମଚାରୀ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଜମନ ନାଏକ, ଏବଂ ଅନ୍ୟାନ୍ୟ ଶିକ୍ଷକ ସହଯୋଗ କରିଥିଲେ।