ତୁଳସୀ ପତ୍ର ଦ୍ବାରା ସ୍ବାସ୍ଥ୍ୟକୁ ଲାଭ !

ପ୍ରାଚୀନ କଥା ଅନୁଯାୟୀ ତୁଳସୀ ପତ୍ର ସେବନ କରିବା ସ୍ବାସ୍ଥ୍ୟ ପାଇଁ ହିତକର ଅଟେ । ଏହାକୁ ବିଜ୍ଞାନ ମଧ୍ୟ ସହମତି ଦେଇଛି। ତୁଳସୀ ପତ୍ର ରୋଗ ସହ ଲଢିଥାଏ । ଏହାର ବ୍ୟାକ୍ଟେରିଆ ବିରୋଧୀ ଶକ୍ତି ସଂକ୍ରମଣ ସହ ଲଢିବା, ରୋଗ ପ୍ରତିରୋଧ ଶକ୍ତିକୁ ମଜଭୁତ କରିବା, କେଶ ଏବଂ ଚର୍ମ ରୋଗ ସହ ଲଢିବା ପାଇଁ ସହାୟକ ହୋଇଥାଏ । ତୁଳସୀରେ ଥିବା ଲିନୋଲିକ ଏସିଡ୍ ତ୍ବଚା ପାଇଁ ବହୁତ ଉପଯୋଗୀ ଅଟେ |ତୁଳସୀରେ ଥିବା methyl, Eugenol, Carriophilin ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା ଠିକ୍‌ ରହିବା ସହ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ତୁଳସୀ ରସ କୃମି, ବାନ୍ତି, ଆମ୍ୱିଳା ହାକୁଟି ପରି ପେଟ ରୋଗ ସମସ୍ୟାରୁ ମୁକ୍ତି ଦିଏ।ତୁଳସୀରେ ଆଣ୍ଟି-ଅକ୍ସିଡେଣ୍ଟ ଓ ଆଣ୍ଟି-କାର୍ସିନୋଜୋନିକ ଥାଏ, ତେଣୁ ତୁଳସୀ ଖାଇବା ଦ୍ୱାରା ସ୍ତନ ଓ ମୁଖ କର୍କଟ ଆଶଙ୍କା କମିଯାଏ।ମୁହଁ ଦୁର୍ଗନ୍ଧ ହେଉଥିଲେ ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ।

Ad 13