ଥୁଆମୂଳ ରାମପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ : ଶିଶୁ ମହୋତ୍ସବ“ସୁରଭି”୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଥୁଆମୁକ ରାମପୁର,୨୭/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ସଙ୍ଗୀତ, ଶ୍ରୁତଲିଖନ ଓ ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ହେଉଛି “ଓଡିଶାର ଲୋକକଳା” | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହି ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଝଜରୁ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ବଳଭଦ୍ର ବାଗ (ମସିହା), ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି (ଧରିତ୍ରୀ), ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାଗେଶ୍ଵର ନାଏକ, ଶିକ୍ଷକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଉତ୍ତମ କୁମାର ବିଶ୍ଵାଳ, ଶିକ୍ଷକ ଭଗବାନ ନାଏକ, ପି.ଇ.ଟି ଶିକ୍ଷକ ଚୈତନ୍ୟ ଦୁର୍ଗା, ଶିକ୍ଷକ ବଳରାମ ନାଏକ, ଶିକ୍ଷକ ମାଧବ ଶବର, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାଏକ ସମେତ ଶିକ୍ଷକ କାଶୀନାଥ ଉପାଧ୍ୟାୟ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଗୁନେଶ୍ୱର୍ ନାଏକ ମଞ୍ଚ ବେଶ୍ ସୁନ୍ଦର ଭାବେ ପରିଚାଳନା କରିଥିଲେ l

ବିଦ୍ୟାଳୟରେ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଅନୁରୂପ କାର୍ଯ୍ୟକ୍ରମ ସୁରଭି ସମାପନ ହୋଇ ଥିଲା l ଯେଉଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରୁ ପ୍ରଥମ ସ୍ଥାନ ରେ କୃତିତ୍ଵ ଅର୍ଜନ କରିଥିବେ ସେହିମାନେ ବ୍ଳକ ସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀ ମାଝୀ l